ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରି ଦେଶ ଛାଡ଼ିବାକୁ ଯୋଜନା କରୁଥିଲେ ଜାକଲିନ: ଇଡି

Advertisment
ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରି ଦେଶ ଛାଡ଼ିବାକୁ ଯୋଜନା କରୁଥିଲେ ଜାକଲିନ: ଇଡି

ମୁମ୍ବାଇ: ‘କନ୍‌ମ୍ୟାନ୍‌’ ସୁକେଶ ଚନ୍ଦ୍ରଶେଖରଙ୍କ ନାଁରେ ଚାଲିଥିବା ୨୦୦ କୋଟି ଟଙ୍କାର ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ସମ୍ପୃକ୍ତ ଥିବା ଅଭିନେତ୍ରୀ ଜାକ୍‌ଲିନ୍‌ ଫଣ୍ଡାଣ୍ଡିଜ୍‌ଙ୍କୁ ଗତ ମାସରେ ଅନ୍ତରୀଣ ଜାମିନ ମିଳିଥିଲା। ଆଜି ଏହାର ଅବଧିକୁ ବଢ଼ାଇଦିଆଯାଇଛି। ତାଙ୍କ ଅନ୍ତରୀଣ ଜାମିନ ଅବଧିକୁ ନଭେମ୍ବର ୧୦ପର୍ଯ୍ୟନ୍ତ ବଢ଼ାଯାଇଛି। ଶନିବାର ଅପରାହ୍ନରେ ଅଭିନେତ୍ରୀ ଜାକଲିନ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ପହଞ୍ଚିଥିଲେ। ଜାମିନ ଆବେଦନ ଉପରେ ହୋଇଥିବା ଶୁଣାଣି ସମୟରେ ସେ କୋର୍ଟରେ ଉପସ୍ଥିତ ଥିବା ଦେଖାଯାଇଥିଲା। ତେବେ ଏହି ଶୁଣାଣି ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜାକଲିନଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଥିଲେ।

ଜାମିନ ଆବେଦନର କଡ଼ା ବିରୋଧ କରି ଇଡି କହିଥିଲା ଯେ, ଜାକଲିନ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। ସେ ତାଙ୍କ ମୋବାଇଲ୍ ଡାଟା ଡିଲିଟ୍ କରିଦେଇଥିଲେ। କେବଳ ଏତିକି ନୁହେଁ, ଯାଞ୍ଚ ବେଳେ ସେ ଦେଶ ଛାଡ଼ିବାକୁ ମଧ୍ୟ ଚେଷ୍ଟା କରିଥିଲେ। ଲୁକଆଉଟ ସର୍କୁଲାର ହେତୁ ସେ ସଫଳ ହୋଇପାରିଲେ ନାହିଁ। ଜାକଲିନ କେବେ ବି ଯାଞ୍ଚରେ ଆମକୁ ସହଯୋଗ କରିନାହାନ୍ତି।

ଏହା ପୂର୍ବରୁ ସେପ୍ଟେମ୍ବର ୨୬ରେ ୫୦, ୦୦୦ ଟଙ୍କାର ମୁଚାଲିକା (ବଣ୍ଡ୍‌) ବିନିମୟରେ ଦିଲ୍ଲୀର ପାଟିଆଲା ହାଉସ୍‌ ଅଦାଲତ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଦେଇଥିଲେ। ଶୁଣାଣି ଦିନ ଓକିଲ ଭାବେ ଛଦ୍ମବେଶ ପକାଇଥିବା ଜାକ୍‌ଲିନ୍‌ ଧଳା ସାର୍ଟ ଓ କଳା ପ୍ୟାଣ୍ଟ୍‌ ପିନ୍ଧି ସମସ୍ତଙ୍କ ଅଲକ୍ଷ୍ୟରେ ଅଦାଲତ ଭିତରେ ପ୍ରବେଶ କରିଥିଲେ। ତାଙ୍କୁ ଅନ୍ୟତମ ଅଭିଯୁକ୍ତ କହି ପ୍ରବର୍ତ୍ତନ ନିର୍ଦେଶାଳୟ ‘ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଙ୍ଗ୍‌ ଆକ୍ଟ କୋର୍ଟ’ରେ ‘ସପ୍ଲିମେଣ୍ଟାରି ଚାର୍ଜସିଟ୍‌’ ଦାଖଲ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe