ଜାକଲିନଙ୍କୁ ପ୍ରାଇଭେଟ୍ ଜେଟ୍ ଦେଲା ମହାଠକ ସୁକେଶ ଚନ୍ଦ୍ରଶେଖର !

ମହାଠକ ସୁକେଶ ଚନ୍ଦ୍ରଶେଖର ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପ୍ରେମପତ୍ର ଲେଖି ସର୍ବଦା ଚର୍ଚ୍ଚାରେ ରହିଥାଏ | ଚଳିତ ବର୍ଷ ଭାଲେଣ୍ଟାଇନ୍ ଡେ’ ଅବସରରେ ସେ ଜାକଲିନଙ୍କୁ ଏକ ବଡ଼ ଉପହାର ଦେଇଥିବା ଜଣାଯାଇଛି |

tjaqui

ମୁମ୍ବାଇ: ଜେ‌ଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ସର୍ବଦା ଚର୍ଚ୍ଚାରେ ରହିଥାଏ | ନିଜ ଅପରାଧ ବ୍ୟତୀତ ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପ୍ରେମପତ୍ର ଲେଖି ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟେ | ପୂର୍ବରୁ ଅଭିନେତ୍ରୀଙ୍କୁ ତାଙ୍କ ଜନ୍ମଦିନ ଓ ଖ୍ରୀଷ୍ଟମାସରେ ତାଙ୍କୁ କୋଟି କୋଟି ଟଙ୍କାର ଉପହାର ଦେଇଥିବା ନେଇ ଦାବି କରିଥିବା ସୁକେଶ ଏବେ ଭାଲେଣ୍ଟାଇନ୍ ଡେ’ରେ ଅଭିନେତ୍ରୀଙ୍କୁ ପୁଣି ଏକ ଦାମୀ ଉପହାର ଦେଇଛି।

ସେ ପୁଣି ଥରେ ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଣ୍ଡିଜଙ୍କ ପାଇଁ ଏକ ଚିଠି ଲେଖିଛନ୍ତି। ଚିଠିରେ ‌ସେ ଅଭିନେତ୍ରୀଙ୍କୁ ପ୍ରାଇଭେଟ ଜେଟ୍ ଉପହାରରେ ଦେଉଥିବା ଲେଖିଛନ୍ତି। ସେ ଚିଠିରେ ଲେଖିଛନ୍ତି, "ବେବି, ତୁମେ ସବୁବେଳେ ସୁଟିଂ ପାଇଁ ସାରା ବିଶ୍ୱ ବୁଲୁଛ। ଏବେ ଏହି ଜେଟ୍ ସହିତ, ତୁମର ଯାତ୍ରା ଅତ୍ୟନ୍ତ ସହଜ ହେବ। ଏହି ଭାଲେଣ୍ଟାଇନରେ ମୋର କେବଳ ଗୋଟିଏ ଇଚ୍ଛା, ଯଦି ମୋର ପୁର୍ନଜନ୍ମ ହୁଏ, ମୁଁ ତୁମର ହୃଦୟ ଭାବରେ ଜନ୍ମ ନେବାକୁ ଚାହେଁ। ଏହା ଦ୍ଵାରା ମୁଁ ତୁମ ଭିତରେ ସ୍ପନ୍ଦନ ହୋଇ ରହିବ। ମୁଁ ଏହି ଗ୍ରହରେ ରହୁଥିବା ସବୁଠାରୁ ଭାଗ୍ୟବାନ ବ୍ୟକ୍ତି। ମୁଁ ସବୁଠାରୁ ସୁନ୍ଦର, ସବୁଠାରୁ ଭଲ ମଣିଷ ପାଇଛି। ତୁମକୁ ଏହି ଜୀବନରେ ମୋର ଭାଲେଣ୍ଟାଇନ୍ ଭାବରେ ପାଇ ମୁଁ ଖୁସି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe