ପୃଥ୍ବୀରାଜ ସୁକୁମାରନ୍ଙ୍କ ମାଲାୟାଲମ୍ ଚଳଚ୍ଚିତ୍ର ‘କଡୁଭା’ ସମୀକ୍ଷା ପରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅବଶ୍ୟ ଚଳଚ୍ଚିତ୍ରଟି ଭିନ୍ନକ୍ଷମ ପିଲାମାନଙ୍କ ବିଷୟରେ ଅପମାନଜନକ ସଂଳାପକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ନିକଟରେ ରିଲିଜ୍ ହୋଇଥିବା ସୁକୁମାରନ୍ଙ୍କ ‘କଡୁଭା’ର ଏକ ଦୃଶ୍ୟରେ ନାୟକ କହିଛନ୍ତି, ପିତାମାତାଙ୍କ ଅତୀତର ପାପ ହେତୁ ଭିନ୍ନକ୍ଷମ ପିଲାମାନେ ଜନ୍ମ ହୁଅନ୍ତି। ବୌଦ୍ଧିକ ବିକାଶ ଏବଂ ଅକ୍ଷମତା ଥିବା ପିଲାମାନଙ୍କର ପିତାମାତାଙ୍କର ଏକ ସଙ୍ଗଠନ ପ୍ୟାରିଭର୍ ଏଭଳି ଅପମାନଜନକ ଡାଇଲଗ୍ ପାଇଁ ନିର୍ମାତାମାନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ।
ରାଜ୍ୟ ଭିନ୍ନକ୍ଷମ କମିସନର୍ ନିର୍ଦ୍ଦେଶକ ଶାଜି କୈଳାସ ଏବଂ ନିର୍ମାତା ସୁପ୍ରିୟା ମେନନ୍ ଓ ଲିଷ୍ଟିନ ଷ୍ଟିଫେନ୍ଙ୍କୁ ଏହି ଚଳଚ୍ଚିତ୍ରରେ ବ୍ୟବହୃତ ସଂଳାପଗୁଡ଼ିକର ସ୍ପଷ୍ଟୀକରଣ ପାଇଁ ନୋଟିସ୍ ଜାରି କରିଥିଲେ। ଦର୍ଶକଙ୍କଠାରୁ ଫ୍ଲାକ ପାଇବା ପରେ ଏବଂ ଲୋକଙ୍କ ଭାବନାକୁ ଆଘାତ ଦେଇଥିବାରୁ ପୃଥ୍ବୀରାଜ ସମ୍ପ୍ରତି ସୋସିଆଲ ମିଡିଆରେ କ୍ଷମା ପ୍ରାର୍ଥନା କରିଛନ୍ତି ଏବଂ ନିର୍ମାତାମାନେ ଫିଲ୍ମରୁ ଏହି ଦୃଶ୍ୟକୁ ହଟାଇ ଦେଇଛନ୍ତି।
Follow Us