ଅଭିନେତ୍ରୀ ସୁମ୍ବୁଲ୍‌ ତୌକିର୍‌ଙ୍କୁ କାମୁଡ଼ିଲା ମାଙ୍କଡ଼, ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ‘ଇମ୍‌ଲୀ’ ଫେମ୍‌

Advertisment
ଅଭିନେତ୍ରୀ ସୁମ୍ବୁଲ୍‌ ତୌକିର୍‌ଙ୍କୁ କାମୁଡ଼ିଲା ମାଙ୍କଡ଼, ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ‘ଇମ୍‌ଲୀ’ ଫେମ୍‌

zeenews.india.com

ମୁମ୍ବାଇ: ‘ବିଗ୍‌ବସ୍‌-୧୬’ରେ ସମସ୍ତଙ୍କ ମନ ଜିତିବା ଆଗରୁ ଧାରାବାହିକ ‘ଇମ୍‌ଲୀ’ ଜରିଆରେ ସଭିଙ୍କ ପ୍ରିୟ ପାଲଟି ସାରିଥିଲେ ‌ଟେଲି ଅଭିନେତ୍ରୀ ସୁମ୍ବୁଲ୍‌ ତୌକିର୍‌ ଖାନ୍‌। ନିକଟରେ ଅଭିନେତ୍ରୀ ମାଙ୍କଡ଼ ଆକ୍ରମଣର ଶିକାର ‌‌ହୋଇ କ୍ଷତାକ୍ତ ‌ହୋଇଛନ୍ତି।

ଅଭିନେତ୍ରୀ ନିକଟରେ ଅଭିନେତ୍ରୀ ଉଲକା ଗୁପ୍ତାଙ୍କ ସହ ଓଟି ଯାତ୍ରା କରିଥିଲେ ଏବଂ ତାଙ୍କ ଗୋଡରେ ମାଙ୍କଡ଼ କାମୁଡିଥିବାର ଖବର ପାଇବା ପରେ ପ୍ରଶଂସକମାନେ ବ୍ୟସ୍ତ ହୋଇଯାଇଥିଲେ। ସେ ସୋସିଆଲ ମିଡିଆରେ ମାଙ୍କଡ଼ କାମୁଡ଼‌ାର ଫଟୋ ସେୟାର କରି ଲେଖିଛନ୍ତି, ‘କଳା’ ଏବଂ ମାଙ୍କଡ଼ର ଫଟୋ ସେୟାର କରି ଲେଖିଛନ୍ତି, ‘କଳାକାର’। ଏହାପରେ ଉଲକା ଗୁପ୍ତା ଡାକ୍ତରଖାନାରୁ ସୁମ୍ବୁଲଙ୍କ ସହ ଏକ ସ୍ନାପ୍ ସହ ମାଙ୍କଡର ଚିତ୍ର ଅପଲୋଡ୍ କରି ଲେଖିଛନ୍ତି ‘ତୁ ଏପରି କାହିଁକି କଲୁ?’

publive-image zeenews.india.com

ଆଘାତ ଲାଗିଥିବା ସୁମ୍ବୁଲଙ୍କର ଏହି ଫଟୋ ଦେଖିବା ପରେ ସମ୍ବୁଲଙ୍କ ପ୍ରଶଂସକମାନେ ଚିନ୍ତିତ ହୋଇ ତାଙ୍କୁ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଏହାଛଡ଼ା ସତର୍କ ରହିବାକୁ ବି ପରାମର୍ଶ ଦେଇଛନ୍ତି।

‘ଇମ୍‌ଲୀ’ ଧାରାବାହିକରେ ସେ ଜଣେ ଗାଉଁଲୀ ଝିଅର ଚରିତ୍ର ନିଭାଇ ସମସ୍ତଙ୍କୁ ନିଜର ଅଭିନୟର ଯାଦୁରେ ବାନ୍ଧି ପାରିଥିଲେ ସିନା, ତା’ ପଛରେ ଲୁଚି ରହିଛି ତାଙ୍କ ସଂଘର୍ଷର କଥା।

ଏହି ଚରିତ୍ର ପାଇବା ତାଙ୍କ ପାଇଁ ବେଶ୍‌ ସହଜ କିମ୍ବା ସ୍ବାଗତଯୋଗ୍ୟ ନଥିଲା। ବରଂ ନିଜର ସେ କଷ୍ଟ ଦିନର କଥା ମନେ ପକାଇ ସୁମ୍ବୁଲ୍‌ କହନ୍ତିି ଯେ ତାଙ୍କ ଶରୀରର ରଂଗ ପାଇଁ ତାଙ୍କୁ ଅନେକ କଟୁ ମନ୍ତବ୍ୟ ଶୁଣିବାକୁ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe