ଟେଲିଭିଜନ ଧାରାବାହିକରେ ଲିପଲକ ଚୁମ୍ବନ ଦୃଶ୍ୟ ଦେଖି ଦର୍ଶକ ଅସନ୍ତୋଷ

ଟେଲିଭିଜନ ସୋ’ ‘କାବ୍ୟା-ଏକ ଜଜବା, ଏକ ଜୁନୁନ’ ରେ ଅଭିନେତା ମିସକତ ବର୍ମା ଓ ଅଭିନେତ୍ରୀ ପଙ୍ଖୁଡ଼ି ଗିଡ଼ବାନିଙ୍କ ଲିପଲକ ଚୁମ୍ବନ ଦୃଶ୍ୟ ଦେଖି ଅସନ୍ତୋଷ ଥିବା ଦର୍ଶକ ପ୍ରତିକ୍ରିୟା ଦେଇ କହିଥିଲେ, ‘ଏହା ଗ୍ରହଣୀୟ ନୁହେଁ।’

ew


ମୁମ୍ବାଇ: ଟେଲିଭିଜନ ସୋ’ ‘କାବ୍ୟା-ଏକ ଜଜବା, ଏକ ଜୁନୁନ’ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି।  ଏହି ସୋ’ର ଏକ ଲିପଲକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଦର୍ଶକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। 

ସୋ’ରେ ଅଭିନେତା ମିସକତ ବର୍ମା ଓ ଅଭିନେତ୍ରୀ ପଙ୍ଖୁଡ଼ି ଗିଡ଼ବାନି ପରସ୍ପରକୁ ଲିପଲକ ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଛି। ପାରିବାରିକ ଧାରାବାହିକରେ ଏମିତି ଅଶ୍ଳୀଳ ଦୃଶ୍ୟକୁ ନେଇ ଦର୍ଶକ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି,‘ ଏମିତି ଦୃଶ୍ୟ ଦେଖାଇବାର ଥିଲେ ଆଗକୁ ସୂଚିତ କରିବାର ଥିଲା। ଯଦ୍ବାରା ଦର୍ଶକ ନିଜ ପରିବାର ସହିତ ଏକାଠି ବସି ଧାରାବାହିକ ଦେଖି ନଥାଆନ୍ତେ। ଭାରତୀୟ ଟେଲିଭିଜନ ଧାରାବାହିକରେ ଏମିତି ଦୃଶ୍ୟ ଗ୍ରହଣୀୟ ନୁହେଁ।

 ଟିଆରପି ବଢ଼ାଇବାକୁ ନିର୍ମାତା ଓ ପ୍ରଯୋଜକଙ୍କ ଏହା ଏକ ଯୋଜନା। ଆପଣମାନେ ଯଦି ଭାବୁଛନ୍ତି ଏମିତି ଦୃଶ୍ୟ ଦେଖାଇ ଲୋକଙ୍କୁ ଆକୃଷ୍ଟ କରିବେ ତେବେ ଭୁଲ ଭାବୁଛନ୍ତି। ପାରିବାରିକ ଧାରାବାହିକରେ ଦର୍ଶକ ଏସବୁ ପସନ୍ଦ କରନ୍ତି ନାହିଁ। ଏପରି ଦୃଶ୍ୟ ଦେଖାଗଲା ଧୀରେଧୀରେ ଦର୍ଶକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିବ।’

 ଟେଲିଭିଜନ ଧାରାବାହିକରେ ଲିପଲକ ଦୃଶ୍ୟକୁ ନେଇ ଅଭିନେତା ମିସକତ ବର୍ମା ଓ  ଅଭିନେତ୍ରୀ ପଙ୍ଖୁଡ଼ି ଗିଡ଼ବାନିଙ୍କୁ ଲୋକେ ଟ୍ରୋଲ କରୁଛନ୍ତି।  ଏହି  ଟ୍ରୋଲିଂକୁ ନେଇ ଏଯାବତ ଉଭୟ ଅଭିନେତା ଓ ଅଭିନେତ୍ରୀ କୌଣସି ପ୍ରକାର ପ୍ରତିକ୍ରିୟା ଦେଇ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe