ମାଆ ହେଲେ ଗାୟିକା ସୁନିଧି ଚୌହ୍ଵାନ

Advertisment
ମାଆ ହେଲେ ଗାୟିକା ସୁନିଧି ଚୌହ୍ଵାନ

photo-bollywood.bhaskar.com

ମୁମ୍ବାଇ:ବଲିଉଡର ଜଣାଶୁଣା ଗାୟିକା ସୁନିଧି ଚୌହ୍ଵାନ ମାତୃତ୍ୱ ଲାଭ କରିଛନ୍ତି। ସେ ଗତକାଲି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ଜଣାଯାଇଛି। ସେ ଦୁଇ ଥର ବିବାହ କରିଛନ୍ତି। ମାତ୍ର ୧୮ ବର୍ଷ ବୟସରେ ସୁନିଧି କୋରିଓଗ୍ରାଫର ବବି ଖାନଙ୍କୁ ପ୍ରଥମ ବିବାହ କରିଥିଲେ। ଏହା ସେ ତାଙ୍କ ପରିବାରର ବିରୋଧ ସତ୍ତ୍ୱେ କରିଥିଲେ । କିନ୍ତୁ ଏହି ବାହାଘର ବେଶୀ ଦିନ ତିଷ୍ଠି ନଥିଲା। ସୁନିଧି କୋରିଓଗ୍ରାଫର ବବି ଖାନଙ୍କୁ ଛାଡପତ୍ର ଦେଇଥିଲେ। ସେ ୨୦୧୨ରେ ସଙ୍ଗୀତକାର ହିତେଶ ସୋନିକଙ୍କୁ ଦ୍ୱିତୀୟ ବିବାହ କରିଥିଲେ।

publive-image photo-bollywood.bhaskar.com

ଏଠାରେ ସୂଚନାଯୋଗ୍ୟ ଯେ ଛଅ ମାସର ଗର୍ଭବତୀ ଥିବା ବେଳେ ସୁନିଧି ଚୌହ୍ଵାନ ଏକ ଷ୍ଟେଜ୍‌ ସୋ’ରେ ଯୋଗ ଦେବା ଅବସରରେ ନିଜେ ସବୁଠୁ ବେଶୀ ଖୁସି ,କାରଣ ମାଆ ହେବାକୁ ଯାଉଛନ୍ତି ବୋଲି କହିଥିଲେ। ଏହାପରେ ତାଙ୍କର ମାତୃତ୍ୱ ପ୍ରସଙ୍ଗ ଚର୍ଚ୍ଚାକୁ ଆସିଥିଲା। ସୁନିଧି ଚୌହ୍ଵାନ ମାତ୍ର ୧୩ ବର୍ଷ ବୟସରେ ଫିଲ୍ମ ‘ଶସ୍ତ୍ର’ରେ ଗୀତ ଗାଇ କ୍ୟାରିଅର୍‌ ଆରମ୍ଭ କରିଥିଲେ। ତେବେ ରାମଗୋପାଲ ବର୍ମାଙ୍କ ‘ମସ୍ତ’ ସିନେମାର ଟାଇଟଲ ଗୀତ ଗାଇବାପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ଇତିମଧ୍ୟରେ ବହୁ ସୁପରହିଟ୍‌ ଗୀତରେ କଣ୍ଠଦାନ କରିଛନ୍ତି। ସୁନିଧି ଚୌହ୍ଵାନ ଓନିଆ ଚଳଚ୍ଚିତ୍ର ‘ଅଭିମନ୍ୟୁ’ର ବି ଟାଇଟଲ ଗୀତରେ କଣ୍ଠଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe