୪ଟି ବାଇପାସ୍ ସର୍ଜରି ପରେ ଖୁସିରେ ନୃତ୍ୟ କରୁଛନ୍ତି ସୁନୀଲ ଗ୍ରୋଭର

Advertisment
୪ଟି ବାଇପାସ୍ ସର୍ଜରି ପରେ ଖୁସିରେ ନୃତ୍ୟ କରୁଛନ୍ତି ସୁନୀଲ ଗ୍ରୋଭର

ମୁମ୍ବାଇ: ସୁନୀଲ ଗ୍ରୋଭର ତଥା ଗୁଥିଙ୍କୁ କିଏ ବା ନ ଜାଣେ । ଲୋକପ୍ରିୟ ସିରିଏଲ ‘ଦି କପିଲ ଶର୍ମା ସୋ’ର ହାସ୍ୟ ଅଭିନେତା ଥିଲେ ସୁନୀଲ ଗ୍ରୋଭର। ସେ ତାଙ୍କ ଅଭିନୟ ଦ୍ବାରା ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟ କିଣିଛନ୍ତି । ନିକଟରେ ସୁନୀଲ ଗ୍ରୋଭରଙ୍କ ହୃଦଘାତ ହୋଇଥିଲା। ଏହି କାରଣରୁ ତାଙ୍କର ୪ ଟି ବାଇପାସ୍ ସର୍ଜରି କରାଯାଇଥିଲା । ଯେତେବେଳେ ତାଙ୍କ ପ୍ରଶଂସକମାନେ ଏହି ବିଷୟରେ ଖବର ପାଇଥିଲେ ସେମାନେ ନିଜର ଏହି ପ୍ରିୟ କଳାକାରଙ୍କ ପାଇଁ ପ୍ରାର୍ଥନା କରିବା ଆରମ୍ଭ କରି ଦେଇଥିଲେ।

ସୁନୀଲ ଗ୍ରୋଭରଙ୍କ ପାର୍ଟନର ଅଲି ଅସଗର, କପିଲ ଶର୍ମାଙ୍କ ସମେତ ଅନେକ ସେଲିବ୍ରିଟି ମଧ୍ୟ ତାଙ୍କ ପାଇଁ ପ୍ରାର୍ଥନା କରିଥିଲେ। ବର୍ତ୍ତମାନ ସୁନୀଲ ଗ୍ରୋଭର ସୁସ୍ଥ ଏବଂ ସଂପୂର୍ଣ୍ଣ ଫିଟ୍ ଅଛନ୍ତି।

ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ସେ ତାଙ୍କ ପ୍ରଶଂସକଙ୍କୁ ମଧ୍ୟ ଏହା ଜଣାଇଛନ୍ତି। ଏସବୁ ବ୍ୟତୀତ ସୁନୀଲ ଗ୍ରୋଭରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସୁନୀଲ ଗ୍ରୋଭର ନାଚୁଥିବା ଦେଖିବାକୁ ମିଳୁଛି।

ସୁନୀଲ ଗ୍ରୋଭରଙ୍କ ଏହି ଭିଡିଓ ଦେଖି ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି । ଏହି ଭିଡିଓ ସୁନୀଲ ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। କ୍ୟାପସନରେ ସେ ଲେଖିଛନ୍ତି- 'ତୁମର ସମସ୍ତ ଆଶୀର୍ବାଦ, ପ୍ରେମ ଏବଂ ପ୍ରାର୍ଥନା ଯୋଗୁଁ ମୁଁ ସୁସ୍ଥ ଅଛି । ଧନ୍ୟବାଦ । ଯଦି ତୁମେ ସୂର୍ଯ୍ୟୋଦୟ ଦେଖିବାକୁ ସକ୍ଷମ ହେଉଛ, ତେବେ ନିଜକୁ ସବୁଠାରୁ ଭାଗ୍ୟବାନ ଭାବ ।

ଭାଇରାଲ ହେଉଥିବା ଏହି ଭିଡିଓକୁ ୧ ଲକ୍ଷ ୯୫ ହଜାରରୁ ଅଧିକ ଭ୍ୟୁ ମିଳିଛି । ଭିଡିଓ ଦେଖି ଜଣେ ସୋସିଆଲ ମିଡିଆ ବ୍ୟବହାରକରୀ ତଥା ସୁନୀଲଙ୍କ ଫ୍ୟାନ ଲେଖିଛନ୍ତି - ଭଗବାନ ତୁମକୁ ସୁରକ୍ଷା ଦିଅନ୍ତୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe