ନିଜ ଅପହରଣ ନିଜେ କରିଥିବା ନେଇ ହେଉଥିବା ଦାବିର ପ୍ରତିକ୍ରିୟା ଦେଲେ ସୁନୀଲ

ସୁନୀଲ ପାଲଙ୍କୁ ନେଇ ଏକ ଭଡିଓ କ୍ଲିପ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ଭିଡିଓ ଦେଖିବା ଓ ଶୁଣିବା ପରେ ସୁନୀଲ ନିଜେ ନିଜର ଅପହରଣ କରିଥିବା ଲୋକେ ଦାବି କରି କରୁଛନ୍ତି।

ଭମି


ନୂଆଦିଲ୍ଲୀ: ହାସ୍ୟାଭିନେତା ସୁନୀଲ ପାଲଙ୍କୁ ଉତ୍ତରପ୍ରଦେଶର ମେରଠରୁ ଅପହରଣ କରି ନିଆଯାଇଥିଲା। କଳେବଳେ କୌଶଳେ ସୁନୀଲ ପାଲ ଅପହରଣକାରୀଙ୍କ କବଳରୁ ମୁକୁଳି ଆସିବାରେ ସଫଳ ହୋଇଥିଲେ। ଏହାପରେ ସେ ବିଭିନ୍ନ ଗଣମାଧ୍ୟମରେ ତାଙ୍କ ଅପହରଣ ହୋଇଥିବା ଖବର ଦେଇଥିଲେ। 

ଏହି ଖବର ପରେ ସୁନୀଲ ପାଲଙ୍କୁ ନେଇ ଏକ ଭଡିଓ କ୍ଲିପ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ଭିଡିଓ ଦେଖିବା ଓ ଶୁଣିବା ପରେ ସୁନୀଲ ନିଜେ ନିଜର ଅପହରଣ କରିଥିବା ଲୋକେ ଦାବି କରି କରୁଛନ୍ତି।

ସମ୍ପ୍ରତି ସୁନୀଲ ଏହି ଭିଡିଓକୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ହଁ ମୋ ପାଖକୁ ବି ଏହି ଭିଡିଓ କ୍ଲିପ ଆସିଛି। ଅପହରଣକାରୀ ଖୁବ ଚତୁରତା ସହ ଏମିତି କିଛି ପ୍ରଶ୍ନ ପଚାରିଥିଲେ ଯାହାର ଉତ୍ତର ମୋତେ ଦେବାକୁ ପଡ଼ୁଥିଲା। କାରଣ ଅପହରଣ ପ‌ରେ ଅପହରଣକାରୀ ମୋତେ ଯେମିତି କହୁଥିଲେ ସେମିତି କରିବାକୁ ହେଉଥିଲା।

ମୁଁ ଚୁପ ରହୁଥିଲେ ସେମାନେ ମୋତେ ଓ ମୋ ପରିବାରକୁ ଜୀବନରୁ ମାରିବାକୁ ଧମକ ଦେଉଥିଲେ। ତେଣୁ ଭାଇରାଲ ଭିଡିଓ କ୍ଲିପରେ ଯାହାସବୁ ଶୁଣିବାକୁ ମିଳୁଛି ସେ ସବୁ ଅପହରଣକାରୀ ମୋ ମୁଣ୍ଡରେ ବନ୍ଧୁକ ରଖି କହିବାକୁ ବାଧ୍ୟ କରିଥିଲେ।

ମୁଁ ଏହି ଭିଡିଓ କ୍ଲିପ ବିଷୟରେ ଏଥିପାଇଁ ଜଣାଇ ନଥିଲି। କାରଣ ଅପହରଣ ଘଟଣା ପରେ ମୁଁ ସମ୍ପୂର୍ଣ୍ଣ ଭାବେ ଭୟଭୀତ ହୋଇଯାଇଛି। ଏହି ଭିଡିଓ କ୍ଲିପ ବିଷୟରେ ଜଣାଇଲେ କାଳେ ପୁଣି କିଛି ଅଘଟଣା ଘଟିଯିବ ସେଥିପାଇଁ ଚୁପ ରହିଥିଲା।’   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe