ଏମାନେ ସମାଜ ପାଇଁ କଳଙ୍କ; ସମୟ-ରଣବୀରଙ୍କୁ ଏଭଳି କହି ଟାର୍ଗେଟ କଲେ ସୁନୀଲ ପାଲ୍

କମେଡିଆନ ସମୟ ରାଇନାଙ୍କ ସୋ' 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ'ରେ ବିବାଦୀୟ ବୟାନ ଦେବା ପରେ ୟୁଟ୍ୟୁବର ତଥା ପଡକାଷ୍ଟର ରଣବୀର ଆଲ୍ଲାବାଦିଆଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଏବେ ହାସ୍ୟଅଭିନେତା ସୁନୀଲ ପାଲ୍ ନିଜର ପ୍ରତିକ୍ରିୟା ରଖିଛନ୍ତି।

tsunilpal

ମୁମ୍ବାଇ: କମେଡିଆନ ସମୟ ରାଇନାଙ୍କ ସୋ' 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ'ରେ ବିବାଦୀୟ ବୟାନ ଦେବା ପରେ ୟୁଟ୍ୟୁବର ତଥା ପଡକାଷ୍ଟର ରଣବୀର ଆଲ୍ଲାବାଦିଆଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଗୋଟିଏ ପଟେ, ସେ ସୋସିଆଲ ମିଡିଆରେ କଡ଼ା ସମାଲୋଚନାର ସମ୍ମୁଖୀନ ହେଉଥିବା ବେଳେ ରଣବୀର ଏବଂ ସମୟ ରାଇନାଙ୍କ ବିରୋଧରେ ଅନେକ ରାଜ୍ୟରେ ଏତଲା ରୁଜୁ ହୋଇଛି। ବିବାଦ ବଢ଼ୁଥିବା ଦେଖି କ୍ଷମା ମାଗିସାରିଛନ୍ତି ରଣବୀର। ହେଲେ ତାଙ୍କୁ କ୍ଷମା ମିଳିନାହିଁ। ବିବାଦ ଥମିବା ବ୍ୟତୀତ ବଢ଼ିବାରେ ଲାଗିଛି।

ଲୋକପ୍ରିୟ ଗାୟକ ବି ପ୍ରାକ୍ ତାଙ୍କ ପଡକାଷ୍ଟକୁ ଆସିବାକୁ ମନା କରିସାରିଥିବା ବେଳେ ଏବେ ହାସ୍ୟଅଭିନେତା ସୁନୀଲ ପାଲ୍ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କମେଡିଆନ ସମୟ ରାଇନାଙ୍କୁ ଆତଙ୍କବାଦୀ ବୋଲି ଏକ ସାକ୍ଷାତକାରରେ କହିଛନ୍ତି। ତାଙ୍କ କହିବା ମୁତାବକ, "ମୁଁ ଭାବୁଛି ଏବେ ଏହି ହାସ୍ୟ ଅଭିନେତାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ, ଯେଉଁମାନେ ପ୍ରକୃତରେ ହାସ୍ୟ ଅଭିନେତା ନୁହଁନ୍ତି। ବରଂ ଏମାନେ ଆମ ସମାଜ ପାଇଁ ଏକ କଳଙ୍କ। ସେମାନେ ଆତଙ୍କବାଦୀ। ଏମାନେ ଅପମାନଜନକ ଭାଷା ଏବଂ ଅଶ୍ଳୀଳ ବିଷୟବସ୍ତୁ ତିଆରି କରୁଛନ୍ତି। ସେମାନେ ନିଜକୁ ଜଣେ କଣ୍ଟେଣ୍ଟ କ୍ରିଏଟର ବୋଲି ଦାବି କରନ୍ତି। କିନ୍ତୁ ସେମାନଙ୍କ ପାଖରେ କୌଣସି ବିଷୟବସ୍ତୁ ନାହିଁ। ଏହି ଲୋକମାନେ କ୍ରିଏଟର ମଧ୍ୟ ନୁହଁନ୍ତି। ମୁଁ ଭାବୁଛି ଏପରି ଅଶ୍ଲୀଳତା ପାଇଁ ତାଙ୍କୁ ଅତି କମରେ ୧୦ବର୍ଷ ଜେଲ୍ ହେବା ଉଚିତ। ଏହି ଲୋକମାନେ ଆମ ସମାଜ ଏବଂ ଭବିଷ୍ୟତକୁ ନଷ୍ଟ କରୁଛନ୍ତି। ସେମାନେ ଶିଖ ସମ୍ପ୍ରଦାୟ ଭଳି ଆମର ସମ୍ମାନଜନକ ସମ୍ପ୍ରଦାୟକୁ ଅପମାନିତ କରୁଛନ୍ତି। ଏହି ଲୋକମାନେ ଅପମାନଜନକ ଭାଷା ବ୍ୟବହାର କରୁଛନ୍ତି । ପୁଲିସ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe