ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ନିଜ ନାମରୁ 'ଆହୁଜା' ହଟାଇଲେ ଗୋବିନ୍ଦାଙ୍କ ପତ୍ନୀ

Advertisment
hfdddddddn

ମୁମ୍ବାଇ: ବଲିଉଡ଼ର ସବୁଠାରୁ ଲୋକପ୍ରିୟ ଦମ୍ପତି ମଧ୍ୟରେ ସୁନୀତା ଆହୁଜା ଏବଂ ଗୋବିନ୍ଦା ଅନ୍ୟତମ। ହେଲେ ଗତ କିଛି ମାସ ହେବ ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଚର୍ଚ୍ଚା ଚାଲିଛି। କିଛି ଦିନ ପୂର୍ବରୁ, ଗୋବିନ୍ଦା ଏବଂ ସୁନୀତାଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି ଏବଂ ଉଭୟ ଛାଡପତ୍ର ନେବାକୁ ଯୋଜନା କରୁଛନ୍ତି ବୋଲି ଖବର ଆସିଥିଲା। ଗୋବିନ୍ଦାଙ୍କର ଅନୈତିକ ସମ୍ପର୍କ ଥିବା ମଧ୍ୟ କୁହାଯାଇଥିଲା। କିନ୍ତୁ, ତା’ପରେ ସୁନୀତା ଆଗକୁ ଆସି ଏହି ସମସ୍ତ ଖବରକୁ ଖଣ୍ଡନ କରି ମିଥ୍ୟା ବୋଲି କହିଥିଲେ। ସେ କହିଥିଲେ ଯେ, ସେ ଗୋବିନ୍ଦାଙ୍କ ସହିତ ଖୁସି ଅଛନ୍ତି।

ବର୍ତ୍ତମାନ ସୁନୀତା ଇନଷ୍ଟାଗ୍ରାମରେ ତାଙ୍କ ନାମରୁ 'ଆହୁଜା' ଉପନାମ ହଟାଇଛନ୍ତି। ଏହା ପରେ, ଥଣ୍ଡା ପଡ଼ିଥିବା ଗୋବିନ୍ଦା ଏବଂ ସୁନୀତାଙ୍କ ଛାଡପତ୍ର ଚର୍ଚ୍ଚା ପୁଣି ଆରମ୍ଭ ହୋଇଛି। ତେବେ ଏକ ସାକ୍ଷାତକାରରେ ସୁନୀତା ପୁଣି ଥରେ ଏହି ରିପୋର୍ଟଗୁଡ଼ିକୁ ଗୁଜବ ବୋଲି କହିଛନ୍ତି। ସେ କହିଛନ୍ତି ଯେ, "ମୁଁ ଆହୁଜା ଏବଂ ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏହି ଦୁନିଆ ଛାଡି ଯିବା ପରେ ହିଁ ଉପନାମ ହଟିବ। ମୁଁ ମୋ ନାମରୁ ଆହୁଜାକୁ ହଟାଇ ଦେଇ ମୋର ପ୍ରଥମ ନାମ ସହିତ ଆଉ ଏକ ଏସ ଯୋଡିଛି। କାରଣ ମୁଁ ନାମ ଏବଂ ପ୍ରସିଦ୍ଧି ଚାହେଁ। କିଏ ଏହା ଚାହେଁ ନାହିଁ? ଠିକ୍ ତ? ଆମେ ଖୁସିରେ ଅଛୁ। ଯେପର୍ଯ୍ୟନ୍ତ ଆମେ କିଛି ଘୋଷଣା କରିନାହୁଁ, ସେପର୍ଯ୍ୟନ୍ତ କୌଣସି ଗୁଜବ ଉପରେ ବିଶ୍ବ‌ାସ କରନ୍ତୁ ନାହିଁ। "

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe