ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସନ୍ନି ଲିଓନ ନାୟିକା ହେବା ସହ ଜଣେ ସମାଜସେବୀ ମଧ୍ୟ। ସେ ଚଳଚ୍ଚିତ୍ର ବ୍ୟତୀତ ଆହୁରି ଗୁଡ଼ାଏ ଜନକଲ୍ୟାଣ କାର୍ଯ୍ୟରେ ନିଜକୁ ଯୋଡ଼ି ରଖିବାକୁ ପସନ୍ଦ କରନ୍ତି ବୋଲି ଆପଣ ଜାଣିଥିବେ ନିଶ୍ଚୟ। ତେବେ ଅସଲ କଥାଟି ହେଉଛି ଦୁନିଆ ଯାହାର ଦିଓ୍ଵାନୀ, ସେହି ସନ୍ନି ହେଉଛନ୍ତି କୁନି ଶିଶୁମାନଙ୍କର ଦିଓ୍ଵାନୀ। ଆପଣ ଜାଣିଥିବେ ନିଶ୍ଚୟ ଯେ ସରୋଗେସି ଜରିଆରେ ଚଳିତବର୍ଷ ସନ୍ନିଙ୍କ କୋଳରେ ଦୁଇ ଜଣ ଝିଅଙ୍କ ଜନ୍ମ। ସେ ଏବଂ ତାଙ୍କ ସ୍ୱାମୀ ଡାନିଏଲ୍ ଗତ ବର୍ଷ ଏକ ଝିଅକୁ ପୋଷ୍ୟ ପୁତ୍ରୀ ଭାବେ ଗ୍ରହଣ କରିଥିଲେ।
ତେବେ ଆପଣଙ୍କର ଜାଣିବାର ଉତ୍କଣ୍ଠା ବଢ଼ି ଯିବଣି ନିଶ୍ଚୟ ଯେ ସନ୍ନି ଗ୍ଲାମର୍ ଦୁନିଆରେ ପାଦ ଦେଇନଥିଲେ କେଉଁ ବୃତ୍ତିକୁ ଆପଣେଇ ଥାଆନ୍ତେ! ନିକଟରେ ଏକ ସାକ୍ଷାତ୍କାରରେ ସନ୍ନି ଲିଓନ ପ୍ରକାଶ କରିଛନ୍ତି ଯେ ସେ ଯଦି ଅଭିନୟ ଦୁନିଆକୁ ଆସିନଥାନ୍ତେ ତେବେ ସେ ନିଶ୍ଚୟ ଜଣେ ନର୍ସ ହୋଇଥାନ୍ତେ, ମାନେ ଯେଉଁ ନର୍ସମାନେ ପ୍ରସୂତୀଙ୍କ ପାଖରେ ରହି ସହାୟତା କରନ୍ତି। ପିଲାକୁ ଖୁବ୍ ପସନ୍ଦ କରୁଥିବା ସନ୍ନି ସେମାନଙ୍କ ଜନ୍ମ ସମୟକୁ ଉପଭୋଗ କରିବା ପାଇଁ ଏହି ପଥ ବାଛିଥାନ୍ତେ।
Follow Us