୨୦ ବର୍ଷ ପରେ ସନ୍ନି-ଅମୀଷା ଏକାଠି

Advertisment
୨୦ ବର୍ଷ ପରେ ସନ୍ନି-ଅମୀଷା ଏକାଠି

newsncr.com

‘ଗଦର: ଏକ ପ୍ରେମ କଥା’ ମୁକ୍ତିଲାଭ କରିବାର ଦୁଇ ଦଶନ୍ଧି ପରେ ସନ୍ନି ଦେଓଲ ଓ ଅମୀଷା ପଟେଲ ପୁଣି ସିନେମା ପରଦାରେ ଏକାଠି ଦେଖିବାକୁ ମିଳିବେ। ପ୍ରଥମ ‘ଗଦର’ ସିନେମାଟି ୧୯୪୭ ଭାରତ-ପାକିସ୍ତାନ ବିଭାଜନ ସମୟରେ ସକିନା (ଅମୀଷା) ଓ ତାରା (ସନ୍ନି)ଙ୍କ ପ୍ରେମ କାହାଣୀକୁ ନେଇ ନିର୍ମିତ ହୋଇଥିଲା। ଏହି ଚଳଚ୍ଚିତ୍ର ସେ ସମୟର ବକ୍ସ ଅଫିସ୍ ରେକର୍ଡ ଭାଙ୍ଗି ଭାରତର ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ପାଲଟିଥିଲା। ଏହି ଅତ୍ୟନ୍ତ ସଫଳ ଓ ସ୍ମରଣୀୟ ଚଳଚ୍ଚିତ୍ରର ଦ୍ବିତୀୟ ଭାଗ ନିର୍ମାଣ କରାଯିବ ବୋଲି ଗତ ଅକ୍ଟୋବର ମାସରେ ଶୁଣିବାକୁ ମିଳିଥିଲା। ତେବେ ବୁଧବାର ଦିନ ଅଭିନେତ୍ରୀ ଅମୀଷା ପଟେଲ ଏହାର ମହୁରତର ଫଟୋ ଛାଡ଼ିଛନ୍ତି। ଏଥିରେ ଉଭୟ ସନ୍ନି ଓ ଅମୀଷା ପ୍ରଥମ ଗଦର ଚଳଚ୍ଚିତ୍ରର ରୂପ ଧାରଣ କରିଥିବା ଦେଖି ପ୍ରଶଂସକମାନେ ଗଦର ଚଳଚ୍ଚିତ୍ରକୁ ମନେ ପକାଇବା ସହ ଭାବବିହ୍ବଳ ହୋଇଉଠିଛନ୍ତି।

‘ଗଦର ୨’ ଭାରତ-ପାକିସ୍ତାନ କାହାଣୀକୁ ନେଇ ଆଗକୁ ବଢ଼ିବ ବୋଲି ଶୁଣିବାକୁ ମିଳୁଛି। ଏଥିରେ ସନ୍ନି ଓ ଅମୀଷା ନିଜ ନିଜର ପୁରୁଣା ଭୂମିକାରେ ଅଭିନୟ କରିବେ। ସେମାନଙ୍କ ପୁଅ ଭୂମିକାରେ ଥିବା ଉତ୍କର୍ଷ ଶର୍ମା ଏହାର ମୁଖ୍ୟ ଚରିତ୍ରରେ ଅବତୀର୍ଣ୍ଣ ହେବେ। ଶକ୍ତିମାନ ଏହି ଚଳଚ୍ଚିତ୍ରର କାହାଣୀ ଲେଖିଥିବା ବେଳେ ଅନୀଲ ଶର୍ମା ଏହାର ନିର୍ଦେଶନା ଦେଉଛନ୍ତି। ୨୦୨୨ରେ ଏହାକୁ ବଡ଼ ପରଦାରେ ମୁକ୍ତିଲାଭ କରିବାର ଯୋଜନା ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe