ଫିଲ୍ମ 'ରାମାୟଣ'ରେ ପ୍ରଭୁ ହନୁମାନଙ୍କ ଚରିତ୍ରରେ ନଜର ଆସିବେ ସନ୍ନି ଦେଓଲ

Advertisment
tbnbqdjmBJUH

ମୁମ୍ବାଇ: ବଲିଉଡ୍‌ରେ ଅ‌ନେକ ଦିନରୁ ‘ରାମ‌ାୟଣ’ ଉପରେ ଏକ ଫିଲ୍ମ ତିଆରି ‌ହେଉଥିବା ଶୁଣିବାକୁ ମିଳୁଛି। ‘ଦଙ୍ଗଲ୍‌’ ଏବଂ ‘ଛିଛୋରେ’ ପରି ଫିଲ୍ମ ବନାଇଥିବା ନିର୍ମାତା ନିତେଶ ତିୱାରୀ ‘ରାମାୟଣ’କୁ ବଡ଼ ପରଦାରେ ଦେଖାଇବାର ଯୋଜନା କରିଛନ୍ତି। ଫିଲ୍ମରେ ମୁଖ୍ୟ ଚରିତ୍ର ଅର୍ଥାତ, ପ୍ରଭୁ ରାମ ଓ ମାତା ସୀତାଙ୍କ ଭୂମିକାରେ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ସାଇ ପଲ୍ଲବୀ ନଜର ଆସିବେ ବୋଲି ଜଣାପଡ଼ିସାରିଥିବା ବେଳେ ରାବଣଙ୍କ ଚରିତ୍ରରେ ନଜର ଆସିବେ କେଜିଏଫ ଷ୍ଟାର ୟଶ।

ଏହି ୩ଜଣକ ନାମକୁ ନେଇ ପୂର୍ବରୁ ଚର୍ଚ୍ଚା ହେଉଥିବା ବେଳେ ଏବେ ଆଉ ଜଣେ କଳାକାର ଫିଲ୍ମ ସହ ଯୋଡି ‌ହୋଇଛନ୍ତି। କୁହାଯାଉଥିଲା ଯେ, ସୁପରଷ୍ଟାର ସନ୍ନି ଦେଓଲ ଫିଲ୍ମରେ ପ୍ରଭୁ ହନୁମାନଙ୍କ ଭୂମିକାରେ ନଜର ଆସିବେ। ଏବେ ଏହି ଖବରକୁ ନିଶ୍ଚିତ କରିଛନ୍ତି ସନ୍ନି। ରିଲିଜ୍ ହେବାକୁ ଥିବା ଫିଲ୍ମ ଜାଟ୍‌ର ପ୍ରଚାର ବେଳେ ସନ୍ନି ସ୍ବୀକାର କରି କହିଛନ୍ତି, " ହଁ ମୁଁ ରାମାୟଣରେ ପ୍ରଭୁ ହନୁମାନଙ୍କ ଚରିତ୍ରରେ କାମ କରୁଛି। ଏହି ଚର୍ଚ୍ଚା ସତ୍।" ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ ଧାର୍ମିକ କି ନାହିଁ, ସେତେବେଳେ ଦେଓଲ ଉତ୍ତର ଦେଇଥିଲେ, "କିଏ ଭଗବାନଙ୍କୁ ମାନେ ନାହିଁ? ଆମେ ସବୁ ଏଠାରେ ତାଙ୍କ ପାଇଁ ଅଛୁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe