୩୫ବର୍ଷ ସାନ ଅଭିନେତ୍ରୀଙ୍କ ସହ କାମ କରିବାକୁ ଅନାଇ ବସିଛନ୍ତି ସନ୍ନି, କହିଲେ; ବାପା ଚରିତ୍ର ଦେଲେ ବି କରିବି

Advertisment
୩୫ବର୍ଷ ସାନ ଅଭିନେତ୍ରୀଙ୍କ ସହ କାମ କରିବାକୁ ଅନାଇ ବସିଛନ୍ତି ସନ୍ନି, କହିଲେ; ବାପା ଚରିତ୍ର ଦେଲେ ବି କରିବି

ମୁମ୍ବାଇ: ବଲିଉଡ ଅଭିନେତା ସନ୍ନି ଦେଓଲ ଏବେ ତାଙ୍କ ଫିଲ୍ମ 'ଗଦର-୨'ର ସଫଳତାକୁ ଉପଭୋଗ କରୁଛନ୍ତି। ଏହି ଚଳଚ୍ଚିତ୍ର ୪୬୫କୋଟି ଟଙ୍କା ସଂଗ୍ରହ କରିଛି ଏବଂ ଖୁବ୍ ଶୀଘ୍ର ୫୦୦କୋଟି କ୍ଲବରେ ସାମିଲ ହେବ ବୋଲି ଆଶା କରୁଛନ୍ତି ନିର୍ମାତା। ୨୨ବର୍ଷ ପରେ ଆସିଥିବା 'ଗଦର'ର ସିକ୍ୱେଲ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି। ତାରା ସିଂ ଏବଂ ସକିନାଙ୍କ କେମେଷ୍ଟ୍ରିର ଯାଦୁ ପୁଣି ଥରେ ଦର୍ଶକଙ୍କୁ ପ୍ରଭାବିତ କରିଛି। ତେବେ ଜଣେ ସଫଳ ଅଭିନେତା ହେବା ପରେ ସନ୍ନି ଦେଓଲ ଜଣେ ବଲିଉଡ ଅଭିନେତ୍ରୀଙ୍କ ସହ କାମ କରିବାକୁ ଅନାଇ ବସିଥିବା କହିଛନ୍ତି। କୌଣସି ଚରିତ୍ର ମିଳିଲେ ବି ମୁଁ କରିବାକୁ ରାଜି ଅଛି ବୋଲି ସନ୍ନି କହିଛନ୍ତି।

ନିକଟରେ ସନ୍ନି ଦେଓଲଙ୍କୁ ଏକ ସାକ୍ଷାତକାରରେ ପଚରାଯାଇଥିଲା ‌ଯେ, ସେ କେଉଁ ଅଭିନେତ୍ରୀଙ୍କ ସହ କାମ କରିବାକୁ ଚାହୁଁଛନ୍ତି? ଉତ୍ତରରେ ସନ୍ନି ଦେଓଲ, ଆଲିଆ ଭଟ୍ଟଙ୍କ ନାମ ନେଇଥିଲେ ଏବଂ କହିଥିଲେ ଯେ, ମୁଁ ଆଲିଆଙ୍କୁ ପସନ୍ଦ କରେ। ତାଙ୍କ ସହିତ ଏକ ଫିଲ୍ମ କରିବା ମୋ ପାଇଁ ଅତ୍ୟନ୍ତ ମଜାଦାର ହେବ। ମୁଁ ଏହା କହୁ ନାହିଁ ମୋତେ ହିରୋ କରାଯାଉ। ମୁଁ କହୁଛି ଯେକୌଣସି ପ୍ରକାରର ଭୂମିକା ହେଲେ ବି ଚଳିବ। ମୁଁ ତାଙ୍କ ବାପାଙ୍କ ଭୂମିକାରେ କାମ କରିବାକୁ ମଧ୍ୟ ରାଜି ଅଛି।

publive-image www.abplive.com

ତେବେ ସନ୍ନିଙ୍କ ଏଭଳି ଇଚ୍ଛା ଉପରେ ଆଲିଆ କିଭଳି ପ୍ରତିକ୍ରିୟା ରଖୁଛନ୍ତି, ତାହା ଦେଖିବାକୁ ବାକି ରହିଲ‌ା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe