ଭିକି କୌଶଲଙ୍କ ରାସ୍ତାରେ ତାଙ୍କ ସାନ ଭାଇ ସନି

Advertisment
ଭିକି କୌଶଲଙ୍କ ରାସ୍ତାରେ ତାଙ୍କ ସାନ ଭାଇ ସନି

photo-amar ujala

ମୁମ୍ବାଇ: ଏବେ ବଲିଉଡ ଅଭିନେତା ଭିକି କୌଶଲଙ୍କ ଭାଗ୍ୟ ଜଳୁଛି। ତାଙ୍କ ଅଭିନୀତ ଫିଲ୍ମ ‘ଉରି ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ଶହେ କୋଟି କ୍ଲବ୍‌ରେ ସାମିଲ ହୋଇଥିଲା। ଠିକ୍‌ ସେହିପରି ସେ ସୁଜିତ ସରକାର ଓ କରଣ  ଜୋହରଙ୍କ ଭଳି ବିଖ୍ୟାତ ନିର୍ଦ୍ଦେଶକଙ୍କ ସହ କାମ କରିବାକୁ ସୁଯୋଗ ପାଇଛନ୍ତି।

ଭିକି କୌଶଲଙ୍କ ପରେ ଏବେ ତାଙ୍କ ସାନ ଭାଇ ସନି କୌଶଲ ମଧ୍ୟ ବଡ଼ ଭାଇଙ୍କ ରାସ୍ତାରେ ଚାଲିଲେଣି। ଅକ୍ଷୟ କୁମାରଙ୍କ ସହିତ  ଫିଲ୍ମ ‘ଗୋଲ୍‌ଡ’ରେ ହିମ୍ମତ୍‌ ସିଂହ ଭଳି ଏକ ପ୍ରଭାବଶାଳୀ ଚରିତ୍ର ନିଭାଇବା ପରେ ଏବେ ସନିଙ୍କ ହାତରେ ଢେର ଫିଲ୍ମର ଅଫର୍‌। ମିଳିଥିବା ସୂଚନା ଅନୁଯାୟୀ ସନିଙ୍କ ପାଖରେ ଗୋଟିଏ ନୁହେଁ, ବରଂ ତିନି ତିନିଟି ଫିଲ୍ମ ଅଛି। ସନି ଏବେ ରୋନି ସ୍କ୍ରୁଓ୍ଵାଲାଙ୍କ କମେଡି ଫିଲ୍ମ ‘ଭଙ୍ଗଡା ପାଲୋ’ରେ ରୁଖସାର ଡିଲ୍ଲୋଁଙ୍କ ସହ ନାୟକ ଭୂମିକାରେ ଆସୁଛନ୍ତି।

publive-image photo-amar ujala

ଏଣେ ନିର୍ମାତା ଦିନେଶ ବିଜନଙ୍କ ରୋମାଣ୍ଟିକ୍‌ ଫିଲ୍ମ ‘ସିଦ୍ଦତ୍‌’ରେ ସନିଙ୍କୁ ରାଧିକା ମଦାନଙ୍କ ସହିତ ରୋମାନ୍‌ସ କରୁଥିବାର ଦେଖିବାକୁ  ପାଇବେ  ଦର୍ଶକ। ଏହା ଛଡ଼ା ସନି ଅନ୍ୟ ଏକ ଫିଲ୍ମ ‘ହୁଡଦଙ୍ଗ’ରେ ବି ନାୟକ ଭୂମିକା ନିଭାଉଥିବା ଜଣାଯାଇଛି। ସେ ଭିନ୍ନ ଭିନ୍ନ ଧରଣର ଚରିତ୍ର ଉପରେ ଗୁରୁତ୍ୱ ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe