ମୁମ୍ବାଇ: ବିବାଦରେ ପର୍ଣ୍ଣଷ୍ଟାର ଟର୍ଣ୍ଣଡ୍ ଅଭିନେତ୍ରୀ ସନ୍ନି ଲିଓନ। ସନ୍ନି ଧାର୍ମିକ ଭାବନାକୁ କ୍ଷୁର୍ଣ୍ଣ କରିଛନ୍ତି ବୋଲି ତାଙ୍କ ବିରୋଧରେ ଅଭିଯୋଗ ଆସିଛି। ସେଥିପାଇଁ ବିଭିନ୍ନ ସଂଗଠନ ବେବି ଡଲ୍ଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି।
ସୂଚନାଯୋଗ୍ୟ, ନବରାତ୍ରୀ ମହୋତ୍ସବ ପାଇଁ ଗୁଜୁରାଟରେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ସନି ଲିଓନଙ୍କ ଅଶ୍ଳୀଳ ଫଟୋ ସହ କଣ୍ଡୋମ ହୋର୍ଡିଂ ସହରର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା। ଏହି ବିଜ୍ଞାପନରେ ମେନଫୋର୍ସ ତରଫରୁ ନବରାତ୍ରୀର ଶୁଭକାମନା ଥିବା ସହିତ ସ୍ଲୋଗାନ ଲେଖାଯାଇଛି ଯେ ‘ଏହି ନବରାତ୍ରିରେ ମଜା ନିଅନ୍ତୁ, କିନ୍ତୁ ପ୍ରେମରେ’। ଏହାକୁ ନେଇ ଗୁଜୁରାଟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ। ଖାଲି ସେତିକି ନୁହେଁ ବିଭିନ୍ନ ଦକ୍ଷିଣପନ୍ଥୀ ସଂଗଠନ ଏଭଳି ବିଜ୍ଞାପନକୁ ବିରୋଧ କରିଛନ୍ତି ଏବଂ ନବରାତ୍ରୀକୁ ଯୋଡ଼ି ଏଭଳି ଅଶ୍ଳୀଳ ବିଜ୍ଞାପନ ଗ୍ରହଣୀୟ ନୁହେଁ ବୋଲି ସେମାନେ ପ୍ରତିବାଦ କରିଛନ୍ତି। ଏହାକୁ ବିରୋଧ କରି କେତେକ ସଂଗଠନ ରାସ୍ତାକୁ ଓହ୍ଲାଇବା ପରେ ଏହି ବିଜ୍ଞାପନ ହୋର୍ଡିଂକୁ ହଠାଇବା ପାଇଁ ପୁଲିସ କମିସନର ନିର୍ଦ୍ଦେଶ ଦେଇଛନ୍ତି। ଏପରିକି କେନ୍ଦ୍ରୀୟ ମନ୍ତ୍ରୀ ରାମ ବିଲାସ ପାଶୱାନଙ୍କୁ ଏନେଇ ଅଭିଯୋଗ କରାଯାଇ ଚିଠି ମଧ୍ୟ ଲେଖାଯାଇଛି।
ଉଲ୍ଳେଖଯୋଗ୍ୟ, ସନି ଲିଓନ ହେଉଛନ୍ତି ମେନଫୋର୍ସର ବ୍ରାଣ୍ଡ ଆମ୍ୱାସେଡର। ସେ ଯୁବକମାନଙ୍କୁ ସର୍ବଦା ମେନଫୋର୍ସ ବ୍ୟବହାର କରିବାକୁ ପ୍ରୋତ୍ସାହନ କରିଥାନ୍ତି।
Follow Us