ନୂଆଦିଲ୍ଲୀ: ପର୍ଣ୍ଣ ଷ୍ଟାର୍ ଟର୍ଣ୍ଣଡ୍ ବଲିଉଡ୍ ଷ୍ଟାର୍ ସନି ଲିଓନିଙ୍କୁ ଅନେକ ସମୟରେ ଗଣମାଧ୍ୟମ ପ୍ରତିନିଧୀଙ୍କ ମୁହଁରୁ ଅପ୍ରୀତିକର ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଥାଏ। କେହି କେବେ ଅବାନ୍ତକର ପ୍ରଶ୍ନ ପଚାରିଲେ ସେ ଦୁଃଖୀ ହୋଇଯାଆନ୍ତି ବୋଲି ଅନେକ ସମୟରେ ତାଙ୍କ ମୁହଁରୁ ଶୁଣିବାକୁ ମିଳିଛି। ଏ ସଂପର୍କରେ ସନ୍ନି କହନ୍ତି କି ଯେତେବେଳେ ମିଡିଆକୁ ଜଣାଥାଏ କି ସେ ଏକ ଅବାସ୍ତବ କଥାକୁ ନେଇ ଖବର କରୁଛନ୍ତି ଓ ତାହା ଅନ୍ୟକୁ କଷ୍ଟ ଦେଇପାରେ, ତାପରେ ବି ଖବର ପ୍ରକାଶ କରୁଥିବା ଗଣମାଧ୍ୟମ ସଂସ୍ଥାକୁ ସେ ଆଦୌ ପସନ୍ଦ କରନ୍ତି ନାହିଁ। ସେ ଏକ ଇମେଲ୍ ସାକ୍ଷାତ୍କାର ଜରିଆରେ ଜଣାଇଛନ୍ତି କି ଯଦି କଠୋରପନ୍ଥୀ ଓ ହିଂସ୍ର ଲୋକମାଙ୍କୁ ବିଶେଷ ଧ୍ୟାନ ଦିଆଯାଆନ୍ତା ନାହିଁ ତେବେ ଦେଶର ଆହୁରି ଉତ୍ତମ ରହଣୀ ସ୍ଥାନ ହୋଇପାରନ୍ତା।
ସନ୍ନି ସୋସିଆଲ୍ ମିଡିଆରେ ଅନେକ ସମାଲୋଚକଙ୍କ ପ୍ରଶ୍ନକୁ ସାମ୍ନା କରିଥାନ୍ତି। ଏ ନେଇ ସେ କହନ୍ତି କି ‘ଘୃଣା କରୁଥିବା ବ୍ୟକ୍ତି ସଦା ସୁଯୋଗ ଖୋଜିବେ। ତଥାପି ବି ଯେଉଁ ଗଣମାଧ୍ୟମ ପ୍ରତିନିଧି ମୋତେ ଅସହଜ ଅନୁଭବ କରାଇବାକୁ ଚେଷ୍ଟା କରିବେ ମୁଁ ବି ବଦଳରେ ତାଙ୍କୁ ସମାନ ଅସହଜ ଅନୁଭବ କରାଇବାର କଳା ଶିଖିିଛି।’
Follow Us