୫୦ଟି ଘୋଡା ମଧ୍ୟରେ ସୁଟିଂ କରିବେ ସନ୍ନି, କହିଲେ ମୋତେ ଚ୍ୟାଲେଞ୍ଚ ନେବାକୁ ଭଲ ଲାଗେ

Advertisment
ସନ୍ନିଙ୍କ ବାୟୋପିକ୍‌ରେ ନାହାନ୍ତି ତାଙ୍କ ସ୍ୱାମୀ ଡ଼ାନିଏଲ୍‌

ନୂଆଦିଲ୍ଲୀ: ସନ୍ନି ଲିଓନ ଖୁବ୍‌ ଶୀଘ୍ର ବଡ଼ ପରଦାରେ ନଜର ଆସିବେ। ସନ୍ନିଙ୍କୁ ତେଲୁଗୁ ସିନେମା ‘ବୀରମାଦେବି’ରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏହି ସିନେମାର ସୁଟିଂ ଆରମ୍ଭ ହୋଇଗଲାଣି। ସନ୍ନି ନିଜ ଭୂମିକାକୁ କିପରି ଜୀବନ୍ତ ଭାବେ ନିଭାଇବେ ସେ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

publive-image

ସନ୍ନି ନିଜର ଏହି ସିନେମା ସମ୍ପର୍କରେ ଇନ୍‌ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ସେ ତେଲୁଗୁ ସିନେମା ‘ବିରମାଦେବି’ରେ ଏକ ରାଜକୁମାରୀ ଭୂମିକାରେ ନଜର ଆସିବେ। ତାଙ୍କୁ କେତେଟି ଆକସନ୍‌ ସିନ୍‌ର ସୁଟିଂ କରିବାର ଅଛି। ସେଥିପାଇଁ ସେ ଚେନ୍ନାଇରେ ଘୋଡା ସବାରୀର ପ୍ରଶିକ୍ଷଣ ନେଉଛନ୍ତି।

ତେବେ ଏହି ସିନେମାକୁ ନେଇ ସନ୍ନି କହନ୍ତି, ମୋତେ ସବୁବେଳେ ଚ୍ୟାଲେଞ୍ଜ ନେବାକୁ ଭଲ ଲାଗେ। ମୋର ଏହି ସିନେମାରେ ଏକ ଶକ୍ତିଶାଳୀ ଓ ସ୍ୱତନ୍ତ୍ର ମହିଳାର ଭୂମିକା ରହିଛି। ଏହି ସିନେମାରେ ଘୋଡା ସାବରି ରହିଛି। ସେଥିପାଇଁ ମୋତେ ୫୦ଟି ଘୋଡାଙ୍କ ମଧ୍ୟରେ ସୁଟିଂ କରିବାର ଅଛି। ଯାହାକୁ ମୁଁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe