ସନ୍ନିଙ୍କ ସହ ‘ଲକ୍‌ଡାଉନ୍‌’ ହେବାକୁ ଚାହାନ୍ତି କି? ପ୍ରତିଦିନ ଅପରାହ୍ନରେ ପଚାରିପାରିବେ ସିଧାସଳଖ ପ୍ରଶ୍ନ

Advertisment
ସନ୍ନିଙ୍କ ସହ ‘ଲକ୍‌ଡାଉନ୍‌’ ହେବାକୁ ଚାହାନ୍ତି କି? ପ୍ରତିଦିନ ଅପରାହ୍ନରେ ପଚାରିପାରିବେ ସିଧାସଳଖ ପ୍ରଶ୍ନ

ମୁମ୍ବାଇ: ମହାମାରୀ କରୋନା ଭାଇରସ୍‌ ପାଇଁ ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା ହୋଇଥିବା ବେଳେ ଶାନ୍ତ ପଡ଼ିଯାଇଛି ପୂରା ଭାରତବର୍ଷ। ସମସ୍ତେ ନିଜ ନିଜର କାମ ଛାଡ଼ି ‌ଏବେ ନିବୁଜ କୋଠରୀ ମଧ୍ୟରେ। ପର୍ଣ୍ଣଷ୍ଟାର୍‌ରୁ ବଲିଉଡ୍‌ ଅଭିନେତ୍ରୀ ପାଲଟିଥିବା ସନି ଲିଓନ ଏହି ସମୟରେ କ’ଣ କରୁଛନ୍ତି ଜାଣନ୍ତି?

ଘରେ ବସି ବୋର୍‌ ହେବା ଅପେକ୍ଷା ମନୋରଞ୍ଜନର ଏକ ବଢ଼ିଆ ଉପାୟ ଭାବିଛନ୍ତି ସନି। ୩୮ ବର୍ଷୀୟ‌ା ଏହି ଅଭିନେତ୍ରୀ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଲାଇଭ୍‌ ଚାଟ ସୋ’ କରିବା ପାଇଁ ଚିନ୍ତା କରିଛନ୍ତି। ଏହି ସୋ’ ସେ ପ୍ରତିଦିନ ଅପରାହ୍ନରେ କରିବେ ଜଣାଇଛନ୍ତି।

ୟୁଟ୍ୟୁବର୍‌ ଅନିତା ଦିକ୍ଷିତଙ୍କଠାରୁ ଆରମ୍ଭ ହୋଇଥିବା ଏପରି ଚିନ୍ତାଧାରାରେ ପ୍ରେରିତ ହୋଇ ସନ୍ନି ମଧ୍ୟ ନିଜ ପ୍ରଶଂସକଙ୍କ ସହ କିଛି ସମୟ ବିତାଇବାର ନିଷ୍ପତ୍ତି ନେଇଛନ୍ତି। ହାଲ୍‌କାଫୁଲ୍‌କା କଥାବାର୍ତ୍ତା କରି ସେ ନିଜ ପ୍ରଶଂସକଙ୍କ ମନ ଖୁସି କରାଇବା ସହ ନିଜେ ବି ତାହାର ମଜା ନେବା ପାଇଁ ଚିନ୍ତା କରିଛନ୍ତି।

ଏହି ଚାଟ୍‌ ଟକ୍‌’ର ନାମ ଦେଇଛନ୍ତି, ‘ଲକ୍‌ଡାଉନ୍‌ ଉଇଥ୍‌ ସନ୍ନି’। ଏହି ଚାଟ ଟକ୍‌ ଜରିଆରେ ସେ ପୂରା ବିଶ୍ବର ବିଭିନ୍ନ ଲୋକମାନଙ୍କ ସହ କଥା ହେବା ସମୟରେ କରୋନା ପରିସ୍ଥିତିରେ କିଏ କେଉଁ ଭଳି ଭାବେ ସମୟ ବିତାଉଛନ୍ତି ତାହା ଜାଣିବାର ଇଚ୍ଛା ରଖିଛନ୍ତି ସନ୍ନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe