୬୭ ଲକ୍ଷ ଟଙ୍କା ଜିତିବା ପରେ ଏହି ନିଷ୍ପତ୍ତି ନେଇଥିଲେ ସନ୍ନି ଲିଓନ୍‌

୬୭ ଲକ୍ଷ ଟଙ୍କା ଜିତିବା ପରେ ଏହି ନିଷ୍ପତ୍ତି ନେଇଥିଲେ ସନ୍ନି ଲିଓନ୍‌

photo-dainik bhaskar

ମୁମ୍ବାଇ: ଆଜି ହେଉଛି ପର୍ଣ୍ଣଷ୍ଟାରରୁ ବଲିଉଡ ତାରକା ବନିଥିବା ସନ୍ନି ଲିଓନ୍‌ଙ୍କର ଜନ୍ମଦିନ। ଅଭିନୟରେ ତାଙ୍କର ଆଗ୍ରହ ନଥିଲା, ବରଂ ପିଲାଦିନରୁ ସ୍ୱପ୍ନ ଥିଲା ସେ ଜଣେ ନର୍ସ ହେବେ ଓ ମେଡିକାଲ୍‌ ସାଇନ୍ସ ପଢିବେ।ତେବେ ୧୯ ବର୍ଷ ବୟସରେ ସନ୍ନି ପର୍ଣ୍ଣ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ନେଇଥିଲେ। ସେତେବେଳେ ସନ୍ନି ସର୍ତ୍ତ ରଖିଥିଲେ ଯେ କେବଳ ମହିଳାଙ୍କ ସହ ପର୍ଣ୍ଣ ଫିଲ୍ମରେ କାମ କରିବେ।

୨୦୧୦ରେ ସନ୍ନି ଲିଓନ୍‌ ଲୋକପ୍ରିୟ ମାଗାଜିନ୍‌ ‘ମାକ୍ସିମ୍‌’ର ଟପ୍‌ ୧୨ ଜଣ ପର୍ଣ୍ଣଷ୍ଟାର ଆକ୍ଟ୍ରେସଙ୍କ ତାଲିକାରେ ସାମିଲ ହୋଇଥିଲେ। ସନ୍ନି ଜଣେ ପର୍ଣ୍ଣଷ୍ଟାର ହେବାକୁ ଚାହାଁନ୍ତି ବୋଲି ନିଜ ପିତାମାତାଙ୍କୁ ନିଜେ କହିଥିଲେ। ପେଣ୍ଠ ହାଉସ୍‌ କଭର ଅଫ୍‌ ଦ ଇୟର ପାଇଁ ସେ ୬୭ ଲକ୍ଷ ଟଙ୍କା ଜିତିବା ପରେ ଏଭଳି ନିଷ୍ପତ୍ତି ନେଇଥିଲେ।ସେ ବହୁ ଆଡଲଟ୍‌ ମୁଭିରେ କାମ କରିଥିଲେ। ପର୍ଣ୍ଣ ଇଣ୍ଡଷ୍ଟ୍ରିରେ ପାଦ ଥାପିବା ପୂର୍ବରୁ ସନ୍ନି ଲିଓନ୍‌ ଜର୍ମାନ୍‌ ବେକରି ଜିଫିଲୁବ୍‌ରେ କାମ କରିଥିଲେ।

publive-image photo-AMARUJALA

ସନ୍ନି ଲିଓନଙ୍କର ପ୍ରକୃତ ନାମ ହେଲା କରନଜିତ୍‌ ଭୋରା। ବିଗ୍‌ ବସ୍‌ ସିଜିନ୍‌ ୫ ରେ ପ୍ରତିଯୋଗୀ ଭାବେ ଅଂଶ ଗ୍ରହଣ କରିବାପରେ ସନ୍ନି ଲିଓନ୍‌ ଙ୍କ କ୍ୟାରିଅର୍‌ରେ ଏକ ବଡ ପରିବର୍ତ୍ତନ ଦେଖା ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe