ପ୍ରଥମ ଦୁଇଟିରେ ବାବୁସାନ୍‌ଙ୍କ ନାୟିକା ବନିଥିବା ସୁପ୍ରିୟା ତୃତୀୟ ସିନେମାରେ ପାଇଥିଲେ ଅନୁଭବଙ୍କ ସାଥ୍

Advertisment
ପ୍ରଥମ ଦୁଇଟିରେ ବାବୁସାନ୍‌ଙ୍କ ନାୟିକା ବନିଥିବା ସୁପ୍ରିୟା ତୃତୀୟ ସିନେମାରେ ପାଇଥିଲେ ଅନୁଭବଙ୍କ ସାଥ୍

ଭୁବନେଶ୍ବର:ଓଲିଉଡର ଜଣେ ଗ୍ଲାମରସ୍‌ ନାୟିକା ଭାବେ ପ୍ରଥମ ସିନେମାରେ ଚର୍ଚ୍ଚାକୁ ଆସିଥିଲେ ସୁପ୍ରିୟା। ସେ ୨୦୧୬ରେ ରିଲିଜ୍‌ ହୋଇଥିବା ତରଙ୍ଗ ସିନେ ପ୍ରଡକସନ୍‌ସର ଫିଲ୍ମ ‘ଲଭ୍‌ ପାଇଁ କୁଛ୍‌ ଭି କରେଗା’ରେ ପ୍ରଥମ ଥର ପାଇଁ ନାୟିକା ବନିଥିଲେ। ଏହି ଫିଲ୍ମରେ ବାବୁସାନ୍‌ଙ୍କ ନାୟିକା ଭାବେ ସୁପ୍ରିୟାଙ୍କୁ ଦେଖିବାକୁ ମିଳିଥିଲା। ଏଥିରେ ଅନ୍ୟମାନଙ୍କ ଭିତରେ ମିହିର ଦାସ ଓ ଜୀବନ ପଣ୍ଡା ପ୍ରମୁଖ ଗୁରୁତ୍ତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ। ପ୍ରଥମ ସିନେମାରେ ବାବୁସାନ୍-ସୁପ୍ରିୟାଙ୍କ ଯୋଡ଼ି ଜମିଯାଇଥିଲା। ‘ଲଭ୍‌ ପାଇଁ କୁଛ୍‌ ଭି କରେଗା’ର ନିର୍ଦେଶନା ଦେଇଥିଲେ ଅଶୋକ ପତି।

publive-image

ତା’ପରେ ସୁପ୍ରିୟା ୨୦୧୮ରେ ରିଲିଜ୍‌ ହୋଇଥିବା ଅନ୍ୟ ଏକ ଓଡ଼ିଆ ସିନେମା ‘ଓନ୍‌ଲି ପ୍ୟାର୍‌’ ଜରିଆରେ ଓଲିଉଡକୁ କମ୍‌ବ୍ୟାକ୍‌ କରିଥିଲେ। ତାପସ ସରଘରିଆଙ୍କ ନିର୍ଦେଶିତ ଏହି ଓଡ଼ିଆ ସିନେମାରେ ପୁଣି ଥରେ ବାବୁସାନ୍‌ଙ୍କ ବିପକ୍ଷରେ ନାୟିକା ଭୂମିକାରେ ନଜର ଆସିଥିଲେ ସୁପ୍ରିୟା। ଦୁଇଟି ଯାକ ଫିଲ୍ମରେ ସୁପ୍ରିୟାଙ୍କୁ ଗ୍ଲାମରସ ଆଣ୍ଡ ବୋଲ୍‌ଡ ରୋଲରେ ଦେଖିବାକୁ ପାଇଥିଲେ।

publive-image
ଏହାପରେ ସୁପ୍ରିୟାଙ୍କୁ ମିଳିଥିଲା ତୃତୀୟ ଓଡ଼ିଆ ସିନେମା। ହେଲେ ଏଥର କିନ୍ତୁ ବାବୁସାନ୍‌ଙ୍କ ସାଥ୍‌ ମିଳି ନ ଥିଲା ତାଙ୍କୁ। ତୃତୀୟ ଓଡ଼ିଆ ସିନେମା ସୁପ୍ରିୟାଙ୍କର ନାୟକ ଥିଲେ ଅନୁଭବ। ସୁପ୍ରିୟାଙ୍କୁ ଯେଉଁ ସିନେମାରେ ଅନୁଭବଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା, ତା’ର ଟାଇଟଲ ହେଲା ‘ବିଜୁ ବାବୁ’। ଏହା ୨୦୧୯ରେ ମୁକ୍ତିଲାଭ କରିଥିଲା। ଏବେ ତାଙ୍କ ହାତରେ କୌଣସି ନୂଆ ଓଡ଼ିଆ ସିନେମା ନ ଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe