ବାବୁସାନ୍ ଓ ଅନୁଭବଙ୍କ ପରେ ଏହି ‌ଲୋକପ୍ରିୟ ନାୟକଙ୍କ ସାଥ୍ ପାଇଲେ ସୁପ୍ରିୟା

ବାବୁସାନ୍ ଓ ଅନୁଭବଙ୍କ ପରେ ଏହି ‌ଲୋକପ୍ରିୟ ନାୟକଙ୍କ ସାଥ୍ ପାଇଲେ ସୁପ୍ରିୟା

ଭୁବନେଶ୍ବର: ଓଲିଉଡର ଜଣାଶୁଣା ନାୟିକା ସୁପ୍ରିୟାଙ୍କୁ ଖୁବ୍ ଶୀଘ୍ର ଏକ ନୂଆ ସିନେମାରେ ଦେଖିବାକୁ ମିଳିବ।  ଏହାର ଶୀର୍ଷକ ହେଲା ‘ପୁଷ୍କରା’। ବାବୁସାନ୍ ଓ ଅନୁଭବଙ୍କ ପରେ ନାୟକ ସବ୍ୟସାଚୀଙ୍କ ସାଥ୍ ପାଇଛନ୍ତି ସୁପ୍ରିୟା। ହଁ, ଏଥିରେ ପ୍ରଥମ ଥର ଲାଗି ସେ ସୋବର ବୟ ସବ୍ୟସାଚୀଙ୍କ ସହ ନଜର ଆସିବେ।

publive-image Outlook India

ଏହି ଫିଲ୍ମର କଥାବସ୍ତୁ ପ୍ରଖ୍ୟାତ ନାଟ୍ୟକାର ଶଙ୍କର ତ୍ରିପାଠୀଙ୍କ ଉପନ୍ୟାସ ‘ନାଦବିନ୍ଦୁ’ ଉପରେ ଆଧାରିତ। ଏହାର କାହାଣୀ ମୃତ୍ୟୁ ପରେ ପୁଷ୍କର ଛଡ଼ାଇବା ପରମ୍ପରା ଉପରେ ପର୍ଯ୍ୟବେସିତ। ‘ପୁଷ୍କରା’ର ଚିତ୍ରନାଟ୍ୟ ପ୍ରସ୍ତୁତ କରିଛନ୍ତି ଦେବୀଦତ୍ତ ମହାନ୍ତି। ସିନେମାଟୋଗ୍ରାଫର୍ ଶୁଭ୍ରାଂଶୁ ଦାଶ ଏହି ଚଳଚ୍ଚିତ୍ରର ନିର୍ଦେଶନା ଦେଉଛନ୍ତି। ରମେଶ ବାରିକ ଏହାର ନିର୍ମାତା। ବିଭୂତି ଭୂଷଣ ଗଡ଼ନାୟକ ଏହାର ସଙ୍ଗୀତକାର।

ସୂଚନାଯୋଗ୍ୟ, ସୁପ୍ରିୟା ୨୦୧୬ରେ ରିଲିଜ୍‌ ହୋଇଥିବା ତରଙ୍ଗ ସିନେ ପ୍ରଡକସନ୍‌ସର ଫିଲ୍ମ ‘ଲଭ୍‌ ପାଇଁ କୁଛ୍‌ ଭି କରେଗା’ରେ ପ୍ରଥମ ଥର ପାଇଁ ନାୟିକା ବନିଥିଲେ। ଏହି ଫିଲ୍ମରେ ବାବୁସାନ୍‌ଙ୍କ ନାୟିକା ଭାବେ ସୁପ୍ରିୟା ପରଦାକୁ ଆସିଥିଲେ। ତା’ପରେ ସୁପ୍ରିୟା ୨୦୧୮ରେ ରିଲିଜ୍‌ ହୋଇଥିବା ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ‘ଓନ୍‌ଲି ପ୍ୟାର୍‌’ ଜରିଆରେ ଓଲିଉଡକୁ ଫେରିଥିଲେ। ଏହି ଓଡ଼ିଆ ସିନେମାରେ ପୁଣିଥରେ ବାବୁସାନ୍‌ଙ୍କ ବିପକ୍ଷରେ ନାୟିକା ଭୂମିକାରେ ନଜର ଆସିଥିଲେ ସୁପ୍ରିୟା। ଏହାପରେ ତାଙ୍କୁ ଅନୁଭବଙ୍କ ବିପକ୍ଷରେ ‘ବିଜୁବାବୁ’ ଫିଲ୍ମରେ ଦେଖିବାକୁ
ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe