Jsnewstimes
ବଲିଉଡ୍ ଅଭିନେତ୍ରୀ ଜିଆ ଖାନ୍ଙ୍କ ମୃତ୍ୟୁ ପ୍ରସଙ୍ଗରେ ପୁଣି ସୁରଜ ପାଞ୍ଚୋଲିଙ୍କ ଗିରଫଦାରୀ ପାଇଁ ସାମାଜିକ ଗଣମାଧ୍ୟମରେ ଦାବି ଉଠିଛି। ଏପରିକି ଲୋକେ ସୁରଜଙ୍କ ଉପରେ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଏକ ଘରୋଇ ବୈଦ୍ୟୁତିକ ଗଣମାଧ୍ୟମ ଗତ କିଛି ଦିନ ତଳେ ‘ଡେଥ୍ ଇନ୍ ବଲିଉଡ୍’ ନାଁ’ରେ ଏକ ଡକ୍ୟୁମେଣ୍ଟାରି ଭିଡିଓ କରିଥିଲା। ସୁଶାନ୍ତ ସିଂହ ରାଜପୁତ୍ଙ୍କ ସମେତ ୭ ବର୍ଷ ପୂର୍ବେ ଅଭିନେତ୍ରୀ ଜିଆ ଖାନ୍ଙ୍କ ମୃତ୍ୟୁ ଭଳି ବହୁ ବଲିଉଡ୍ କଳାକାରଙ୍କ ରହସ୍ୟମୟ ମୃତ୍ୟୁ ଉପରେ ଏହି ଭିଡିଓ ତିଆରି ହୋଇଥିଲା। ତେବେ ଜିଆଙ୍କ ମୃତ୍ୟୁକୁ ନେଇ ଅଭିନେତା ସୁରଜ ନିଜକୁ ନିର୍ଦୋଷ ବୋଲି କହୁଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଟ୍ବିଟରରେ ୟୁଜର୍ସମାନେ ସୁରଜଙ୍କୁ ଟାର୍ଗେଟ୍ କରିଥିଲେ। ଏପରିକି ତାଙ୍କୁ ଗିରଫ କରିବାକୁ ନେଇ ଟ୍ବିଟରରେ ଟ୍ରେଣ୍ଡିଂ ଚାଲିଥିଲା।
Follow Us