ଜିମ୍ କର୍ବେଟରେ ବିବାହ ବନ୍ଧନରେ ବାନ୍ଧି ହେଲେ ସୁରଭୀ-ସୁମିତ

Advertisment

ବିବାହ ବନ୍ଧନରେ ବାନ୍ଧି ହେଲେ ଧାରାବାହିକ ‘କବୁଲ୍‌ ‌‌‌ହେ’ର ଜୋୟା ଓରଫ ଅଭିନେତ୍ରୀ ସୁରଭୀ ଜ୍ୟୋତି। ଦୀର୍ଘ ଦିନ ଧରି ଡେଟ୍ କରୁଥିବା ଅଭିନେତା ସୁମିତ ସୁରିଙ୍କୁ ସେ ବିବାହ କରିଛନ୍ତି।

ବିବାହ ବନ୍ଧନରେ ବାନ୍ଧି ହେଲେ ଧାରାବାହିକ ‘କବୁଲ୍‌ ‌‌‌ହେ’ର ଜୋୟା ଓରଫ ଅଭିନେତ୍ରୀ ସୁରଭୀ ଜ୍ୟୋତି। ଦୀର୍ଘ ଦିନ ଧରି ଡେଟ୍ କରୁଥିବା ଅଭିନେତା ସୁମିତ ସୁରିଙ୍କୁ ସେ ବିବାହ କରିଛନ୍ତି।

livehindustan

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ଟେଲି ଅଭିନେତ୍ରୀ ସୁରଭୀ ଜ୍ୟେତି ଓ ଅଭିନେତା ସୁମିତ୍ ସୁରୀ। ରବିବାର ଅକ୍ଟୋବର ୨୭ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଜିମ୍ କର୍ବେଟରେ ଦୁହିଁଙ୍କର ସମସ୍ତ ରୀତିନୀତି ହୋଇଥିବା ବେଳେ ସେଠାରେ ଥିବା ଆହାନା ରିସର୍ଟରେ ଦୁହେଁ ବିବାହ କରିଛନ୍ତି। ସୁରଭୀ ବିବାହ ପରେ ଇନଷ୍ଟାରେ ଫଟୋ ସେୟାର କରି ବିବାହ କରିଥିବା ନେଇ ଜଣାଇଛନ୍ତି। 

ଫଟୋରେ ଦେଖାଯାଇଛି ଯେ, ସୁରଭୀ ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି ଓ ସୁମିତ୍ ଏକ ଧଳା ରଙ୍ଗର କୂର୍ତ୍ତା ପିନ୍ଧିଥିବା ଦେଖିବାକୁ ମିଳିଛି। ବିବାହର ଫଟୋ ସେୟାର ହେବା ପରେ ଏବେ ଭାଇରାଲ ହେବାରେ ଲାଗିଛି।

ଖବର ଅନୁଯାୟୀ, ଏହି ଦମ୍ପତି ପ୍ରଥମେ ମାର୍ଚ୍ଚ ୨୦୨୪ରେ ବିବାହ କରିବାକୁ ସ୍ଥିର କରିଥିଲେ। କିନ୍ତୁ ପରେ କିଛି କାରଣରୁ ସେମାନେ ବିବାହକୁ ସ୍ଥଗିତ ରଖିଥିଲେ। କିନ୍ତୁ ବର୍ତ୍ତମାନ ସୁରଭି ଏବଂ ସୁମିତ ୨୭ ଅକ୍ଟୋବର ୨୦୨୪ରେ ବିବାହ କରିଛନ୍ତି। କୁହାଯାଉଛି ଯେ, ସୁରଭୀ ପ୍ରଥମେ ରାଜସ୍ଥାନରେ ବିବାହ କରିବାକୁ ଚାହୁଁଥିଲେ ଏବଂ ଉଦୟପୁରର କିଛି ସ୍ଥାନ ମଧ୍ୟ ଦେଖିଥିଲେ। କିନ୍ତୁ ତାଙ୍କୁ କିଛି ପସନ୍ଦ ଆସିନଥିଲା।

ଜାଣିବାକୁ ମିଳିଛି ଯେ, ସୁରଭୀ ଏବଂ ସୁମିତ 'ହାନଜୀ ଦି ମ୍ୟାରେଜ୍ ମନ୍ତ୍ରା'ର ମ୍ୟୁଜିକ୍ ଭିଡିଓ ସୁଟ୍ ସମୟରେ ପରସ୍ପରକୁ ଭେଟିଥିଲେ। ଏହି ସମୟରେ ଦୁହେଁ ପରସ୍ପରକୁ ପସନ୍ଦ କରିବା ଆରମ୍ଭ କରିଥିଲେ। ରିପୋର୍ଟ ଅନୁଯାୟୀ ୨୦୧୯ଠାରୁ ଉଭୟ ଏକାଠି ଅଛନ୍ତି | ସୁମିତ ସୁରୀ ଜଣେ ଉଦୀୟମାନ ଅଭିନେତା ଯିଏ 'ପ୍ୟାର କା ପଞ୍ଚନାମା ୨'ରେ ଅଭିନୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe