ଓସ୍କାର-୨୦୨୫ରେ ଫିଲ୍ମ 'କଙ୍ଗୁୱା'ର ଏଣ୍ଟ୍ରି

Advertisment

ସାଉଥ୍ ସୁପରଷ୍ଟାର ସୂର୍ଯ୍ୟଙ୍କ ଅଭିନୀତ ଫିଲ୍ମ 'କଙ୍ଗୁୱା' ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା। ଏହା ସତ୍ତ୍ବେ ବି ଫିଲ୍ମକୁ ବଡ଼ ସଫଳତା ମିଳିଛି। ଚଳଚ୍ଚିତ୍ରଟି ଓସ୍କାର ୨୦୨୫ ପାଇଁ ପ୍ରତିଯୋଗୀ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି |

ସାଉଥ୍ ସୁପରଷ୍ଟାର ସୂର୍ଯ୍ୟଙ୍କ ଅଭିନୀତ ଫିଲ୍ମ 'କଙ୍ଗୁୱା' ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା। ଏହା ସତ୍ତ୍ବେ ବି ଫିଲ୍ମକୁ ବଡ଼ ସଫଳତା ମିଳିଛି। ଚଳଚ୍ଚିତ୍ରଟି ଓସ୍କାର ୨୦୨୫ ପାଇଁ ପ୍ରତିଯୋଗୀ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି |

tkanguvaa

ନୂଆଦିଲ୍ଲୀ: ୨୦୨୪ ମସିହାରେ ସାଉଥ ସୁପରଷ୍ଟାର ସୂର୍ଯ୍ୟ ଏବଂ ବଲିଉଡ ଷ୍ଟାର ବବି ଦେଓଲଙ୍କ ଅଭିନୀତ ଫିଲ୍ମ  'କଙ୍ଗୁୱା' ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରକୁ ନେଇ ଦର୍ଶକ ଓ ନିର୍ମାତାଙ୍କର ବହୁତ ଆଶା ଥିଲା। କିନ୍ତୁ ଏହା ବକ୍ସ ଅଫିସରେ ଫ୍ଲପ୍ ବୋଲି ପ୍ରମାଣିତ ହୋଇଥିଲା। ଫିଲ୍ମର କାହାଣୀ ସହିତ ଅନ୍ୟାନ୍ୟ କାରଣ ଦର୍ଶକଙ୍କୁ ନିରାଶ କରିଥିଲା। ଏହା ଦ୍ବାରା ଫିଲ୍ମଟି ବକ୍ସ ଅଫିସରେ ବେଶି ଦିନ ତିଷ୍ଠି ରହିପାରିନଥିଲା। ତେବେ ଏସବୁ ସତ୍ତ୍ବେ ଶିବାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ରକୁ ବଡ଼ ସଫଳତା ମିଳିଛି। 'କଙ୍ଗୁୱା' ବିଶ୍ୱର ପ୍ରାୟ ୩୨୩ ଚଳଚ୍ଚିତ୍ର ସହିତ ପ୍ରତିଦ୍ୱନ୍ଦ୍ୱିତା କରି ଓସ୍କାର ୨୦୨୫ ପାଇଁ ପ୍ରତିଯୋଗୀ ତାଲିକାରେ ସ୍ଥାନ ପାଇଛି ।

ସିରୁତାଇ ଶିବାଙ୍କ ଦ୍ବାରା ନିର୍ଦ୍ଦେଶିତ 'କଙ୍ଗୁୱା' ଅଧିକ ବଜେଟରେ ନିର୍ମାଣ ହୋଇଥିଲା। ଏହି ଚଳଚ୍ଚିତ୍ର ସହିତ ତାମିଲ ସୁପରଷ୍ଟାର ସୂର୍ଯ୍ୟ ଦୁଇ ବର୍ଷର ବିରତି ପରେ ବଡ ପରଦାକୁ ଫେରିଥିଲେ। ଏହା ପରେ ବି ଫିଲ୍ମଟି ଭଲ ବ୍ୟବସାୟ କରିପାରିନଥିବାରୁ ନିରାଶ ହୋଇଥିଲା ପୂରା ଟିମ୍। ଏବେ ଫିଲ୍ମଟି ଓସ୍କାର ୨୦୨୫ ପାଇଁ ପ୍ରତିଯୋଗୀ ତାଲିକାରେ ସ୍ଥାନ ପାଇବା ପରେ ପୂରା ଟିମ୍ ଖୁସି ହୋଇଛନ୍ତି। 

ଉଲ୍ଲେଖଯୋଗ୍ୟ, 'କଙ୍ଗୁୱା' ୧୪ ନଭେମ୍ବର ୨୦୨୪ରେ ମୁକ୍ତିଲାଭ କରିଥିଲା। ୩୫୦କୋଟିରେ ନିର୍ମିତ ଫିଲ୍ମଟି ମାତ୍ର ୯୬କୋଟି ଟଙ୍କା ଆୟ କରିପାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe