Business Upturn
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଏକ ମାସ ବିତିଗଲାଣି। ଏହି ମାମଲା ନେଇ ପୁଲିସ ତଦନ୍ତ ଜାରି ରଖିଛି। ଏପଟେ ଅଭିନେତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କରିବା ପରେ ସେ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ଏକ ଭାବପ୍ରବଣ ପୋଷ୍ଟ ମାମଲାକୁ ଆହୁରି ଜଟିଳ କରି ଦେଇଛି।
ରିୟା ସୁଶାନ୍ତଙ୍କୁ ମନେ ପକାଇ ଏକ ପୋଷ୍ଟ କରିଥିଲେ। କିନ୍ତୁ ସୋସିଆଲ ମିଡିଆରେ କିଛିଲୋକ ଏହି ପୋଷ୍ଟକୁ ନେଇ ଅଭିନେତ୍ରୀଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ। ଏମିତି କି ଟ୍ରୋଲ ନାମରେ କିଛି ଲୋକ ଅଭିନେତ୍ରୀଙ୍କୁ ହତ୍ୟା କରିବା ସହ ତାଙ୍କୁ ଦୁଷ୍କର୍ମ କରିବାକୁ ବି ଧମକ ଦେଇଥିଲେ। ଏହାପରେ ରିୟା ସୋସିଆଲ ମିଡିଆରେ ଏଭଳି ମେଜେସ୍ର ସ୍କ୍ରିନସଟ ସେୟାର କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।
/sambad/media/post_attachments/wp-content/uploads/2020/07/rhea-chokrabarty-sushant.jpg)
ରିୟାଙ୍କ ଅଭିଯୋଗ ପରେ ସାଣ୍ଟାକ୍ରୁଜ୍ ପୁଲିସ ଷ୍ଟେସନରେ ଦୁଇ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ପୁଲିସ ତଦନ୍ତ ଆରମ୍ଭ କରି ଦେଇଛି। ଏହି ଦୁଇ ଜଣଙ୍କ ବିରୋଧରେ ଅଶ୍ଳୀଳ ବାର୍ତ୍ତା ସହ ଧମକ ଦେଇଥିବା ଅଭିଯୋଗ ହୋଇଛି। ଜଣେ ପୁଲିସ ଅଧିକାରୀ ଏ ବିଷୟରେ କହିଛନ୍ତି - ରିୟା ଚକ୍ରବର୍ତ୍ତୀଙ୍କ ଅଭିଯୋଗ କ୍ରମେ ଦୁଇଜଣ ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କ ବିରୋଧରେ ସାଣ୍ଟା କ୍ରୁଜ ପୁଲିସ ଷ୍ଟେସନରେ ଆଇପିସିର ଧାରା ୫୦୭, ୫୦୯ ଏବଂ ଆଇଟି ଆକ୍ଟର ଧାରା ୬୬ ଅନୁଯାୟୀ ମାମଲା ରୁଜୁ ହୋଇଛି। ପୁଲିସ ଉଭୟ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଖୁବ୍ ଶୀଘ୍ର ଗିରଫ କରିବ ବୋଲି ସୂଚନା ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2020/07/Rhea-Chakraborty.jpg)