ପୁଅକୁ ମିଳିଛି ପ୍ରତାରଣା, ଲୁଟି ନେଇଛି ସମସ୍ତ ଟଙ୍କା: ଏଭଳି ଅଭିଯୋଗ ଆଣି ସୁଶାନ୍ତଙ୍କ ପିତା ରିୟା ଚକ୍ରବର୍ତ୍ତୀଙ୍କ ନାମରେ ରୁଜୁ କଲେ ମାମଲା

Advertisment
ପୁଅକୁ ମିଳିଛି ପ୍ରତାରଣା, ଲୁଟି ନେଇଛି ସମସ୍ତ ଟଙ୍କା: ଏଭଳି ଅଭିଯୋଗ ଆଣି ସୁଶାନ୍ତଙ୍କ ପିତା ରିୟା ଚକ୍ରବର୍ତ୍ତୀଙ୍କ ନାମରେ ରୁଜୁ କଲେ ମାମଲା

Celebrity Tadka

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପିତା ପାଟଣା ରାଜୀବ ନଗର ଥାନାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।

ସୁଶାନ୍ତ ସିଂହଙ୍କ ପରିବାରବର୍ଗ ସନ୍ଦେହ କରିଛନ୍ତି କି, ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାରଲୋକ ସୁଶାନ୍ତଙ୍କ ସହ ପ୍ରତାରଣା କରିଛନ୍ତି। ପ୍ରେମ ଜାଲରେ ଫସାଇ ତାଙ୍କ ଠାରୁ ଟଙ୍କା ଆଦାୟ କରିବା ସହ ମାନସିକ ନିର୍ଯାତନା ଦେଉଥିଲେ। ପରିବାରଲୋକଙ୍କ ସହିତ ସୁଶାନ୍ତଙ୍କୁ ମିଳାମିଶା କରିବାକୁ ଦେଉ ନ ଥିଲେ।

Sushant Singh Rajput's Father Lodges FIR Against Rhea Chakraborty ... PagalParrot

ସୁଶାଙ୍କ ପିତା ରିୟାଙ୍କ ବିରୋଧରେ ମମାଲା ରୁଜୁ କରିବା ପରେ ପାଟଣାରୁ ୪ଟି ପୁଲିସ ଟିମ ମୁମ୍ବାଇରେ ପହଞ୍ଚିଛନ୍ତି। ଏହି ଟିମ୍‌ ମୁମ୍ବାଇ ପୁଲିସ ସହିତ ଆଲୋଚନା କରି ଡାଏରି ସହିତ ଅନ୍ୟ ଜରୁରୀ କାଗଜ ହାତକୁ ନେବେ। ପାଟଣା ପୁଲିସ ଟିମ୍‌ରେ ଦୁଇଜଣ ଇନ୍ସପେକ୍ଟର ଓ ଦୁଇଜଣ ସବ-ଇନ୍ସପେକ୍ଟର ସାମିଲ ରହିଛନ୍ତି।

ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୁଲିସ ଏବେ ସୁଦ୍ଧା ତାଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ, ଆଦିତ୍ୟ ଚୋପ୍ରା, ସଞ୍ଜୟ ଲୀଳା ଭନସାଲି, ମହେଶ ଭଟ୍ଟଙ୍କ ସମେତ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟିଙ୍କୁ ପଚରାଉଚୁରା କରିଛି। ଖୁବ ଶୀଘ୍ର ଫିଲ୍ମ ନିର୍ମାତା କରଣ ଜୋହରଙ୍କୁ ମଧ୍ୟ ପୋଲିସ ଜେରା କରିବ ବୋଲି କୁହାଯାଉଛି। ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୁଲିସ ରିୟା ଚକ୍ରବର୍ତ୍ତୀଙ୍କୁ ପାଖାପାଖି ୧୧ ଘଣ୍ଟା ଜେରା କରିଥିଲା । କିଛି ଦିନ ପୂର୍ବରୁ ରିୟା ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏହି ମାମଲାରେ ସିବିଆଇ ତଦନ୍ତ କରିବାକୁ ଦାବି କରିଥିଲେ । ଅନେକ ଦିନ ହେବ ରିୟା ସୁଶାନ୍ତ ସିଂଙ୍କ ଡେଟ କରୁଥିଲେ।

Sushant Singh Rajput's Father Registers FIR Against Rhea ... ABP Live - ABP News

ରିୟା ନିଜ ବୟାନ୍‌ରେ କହିଥିଲେ କି, ସେ ସୁଶାନ୍ତଙ୍କ ଚଳିତ ବର୍ଷ ଶେଷ ଆଡକୁ ବିବାହ କରିଥାଆନ୍ତେ। କରୋନା ମହାମାରୀ ସମୟରେ ଜାରି ହୋଇଥିବା ଲକ୍‌ଡାଉନ୍‌ରେ ବି ସେ ସୁଶାନ୍ତଙ୍କ ସହିତ ରହିଥିଲେ। କିନ୍ତୁ କୌଣସି କଥାକୁ ନେଇ ଝଗଡ଼ା ହେବାରୁ ସେ ନିଜ ଘରକୁ ଚାଲି ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe