ଅଙ୍କିତାଙ୍କ ସହ ଏହି ସବୁ ସ୍ବତନ୍ତ୍ର ସମୟ କାଟିବାକୁ ପସନ୍ଦ କରୁଥିଲେ ସୁଶାନ୍ତ

Advertisment
ଅଙ୍କିତାଙ୍କ ସହ ଏହି ସବୁ ସ୍ବତନ୍ତ୍ର ସମୟ କାଟିବାକୁ ପସନ୍ଦ କରୁଥିଲେ ସୁଶାନ୍ତ

India TV News

ମୁମ୍ବାଇ: ଧାରାବାହିକ ‘ପବିତ୍ର ରିସ୍ତା’ ସେଟ୍‌ରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଓ ଅଙ୍କିତା ଲୋଖଣ୍ଡେଙ୍କର ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା। ପ୍ରଥମେ ବନ୍ଧୁତା ଓ ପରେ ପ୍ରେମକୁ ବଦଳିଥିଲା ଦୁହିଁଙ୍କ ସଂପର୍କ। ସୁଟିଂ ସରିବା ପରେ ସୁଶାନ୍ତ ଓ ଅଙ୍କିତା ପ୍ରାୟତଃ ସାଙ୍ଗ ହୋଇ ସମୟ ବିତାଉଥିଲେ। କେବେ କେବେ ସୁଶାନ୍ତ ସିଂହ ରାଜପୁତ ଅଙ୍କିିତା ଲୋ‌ଖଣ୍ଡେଙ୍କ ସହ ଲୁଚିଛପି ରାତ୍ରଭୋଜନ କରିବାକୁ ବି ଯାଉଥିଲେ। ସେମାନେ ଯେତେ ଲୁଚାଇଲେ ବି ଗଣାମାଧ୍ୟମ ଓ ପ୍ରଶଂସକମାନଙ୍କୁ ସେମାନଙ୍କ ସଂପପର୍କର ଆଭାସ୍‌ ମିଳିଯାଉଥିଲା।

କେବେ କେବେ ସେ ଦୁହେଁ ଯେତେ ଲୁଚି କରି ଗଲେ ବି ସେମାନଙ୍କ ବ୍ୟକ୍ତିଗତ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇ ଯାଉଥିଲା। କେବେ କେବେ ସାମ୍ନାରେ କ୍ୟାମେରା ଦେଖି ଦେଲେ ସ୍ମିତହାସ୍ୟ ଦେଇ ଖସି ଚାଲି ଯାଉଥିଲେ ସୁଶାନ୍ତ। ଯେପର୍ଯ୍ୟନ୍ତ ସେ ଅଙ୍କିତାଙ୍କ ସହ ତାଙ୍କ ପ୍ରେମ ସଂପର୍କକୁ ନେଇ ଖୁଲାସା କରିନଥିଲେ ସେପର୍ଯ୍ୟନ୍ତ ‌ସେ ଗଣମାଧ୍ୟମରେ କିଛି ବି ବାଇଟ୍‌ ଦେଉନଥିଲେ।

publive-image www.thegurughantal.com

ଯେତେ ଭିଡ଼ ଥିଲେ ବି ଅଙ୍କିତା ଓ ସୁଶାନ୍ତ ସବୁବେଳେ ହାତ ଧରାଧରା ହୋଇ ବାହାରକୁ ବାହାରିଥିବାର ଅନେକ ଫଟୋ କ୍ୟ‌ାମେରାରେ କଏଦ ହୋଇଛି। ସୁଶାନ୍ତ ଅଙ୍କିତାଙ୍କ ସହ ରାତ୍ର ଭୋଜନ କରିବାକୁ ଖୁବ୍ ପସନ୍ଦ କରୁଥିଲେ। ଖାଲି ସେତିକି ନୁହେଁ, ସେ କେତେ ଥର ଅଙ୍କିତାଙ୍କୁ ରୋଷେଇ ଘରେ ସାହାଯ୍ୟ କରୁଥିବାର ବି ନଜର ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe