ନୂଆ ଖୁଲାସା! ସୁଶାନ୍ତ ସିଂ ରାଜପୁତ ପିଠିରେ ଆଙ୍କିଥିଲେ କିଛି ଏଭଳି ଟାଟୁ...

Advertisment
ନୂଆ ଖୁଲାସା! ସୁଶାନ୍ତ ସିଂ ରାଜପୁତ ପିଠିରେ ଆଙ୍କିଥିଲେ କିଛି ଏଭଳି ଟାଟୁ...

Times of India

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ସହ ଜଡ଼ିତ ଯେ କୌଣସି ଖବର ସାମ୍ନାକୁ ଆସିଲେ ତାଙ୍କ ପ୍ରଶଂସକମାନେ ଭାବବିହ୍ଵଳ ହୋଇ ପଡ଼ୁଛନ୍ତି। ସୁଶାନ୍ତଙ୍କ ସହିତ ଜଡିତ ଅନେକ ସ୍ମୃତିକୁ ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ସେୟାର କରିବା ପରେ ତାହା ଭାଇରାଲ ହେବାରେ ମଧ୍ୟ ଲାଗିଛି ।

ସମ୍ପ୍ରତି ସୁଶାନ୍ତ ପିଠିରେ ଆଙ୍କିଥିବା ଏକ ଟାଟୁ ଚିତ୍ର ସୋସିଆଲ ମିଡିଆରେ ଘୁରି ବୁଲୁଛି। ସୁଶାନ୍ତ ତାଙ୍କ ପିଠିରେ ଆଙ୍କିଥିବା ଟାଟୁ ତାଙ୍କ ମା’ଙ୍କୁ ସଂଯୋଗ କରୁଥିବା ସହିତ ଏଥିରେ ଏକ ବିଶେଷ ବାର୍ତ୍ତା ବି ରହିଥିବା କୁହାଯାଉଛି। ଏମିତି କି ଇନଷ୍ଟାଗ୍ରାମରେ ସୁଶାଙ୍କ ଶେଷ ପୋଷ୍ଟ ବି ତାଙ୍କ ମା’ଙ୍କ ପାଇଁ ରହିଥିଲା।

Sushant Singh Rajput gets his first tattoo and it is highly ... The Indian Express

୨୦୧୬ରେ ସୁଶାନ୍ତ ପ୍ରଥମଥର ତାଙ୍କ ଶରୀରରେ ଟାଟୁ ଆଙ୍କିଥିଲେ। ସମ୍ପ୍ରତି ଏହି ଟାଟୁ ସହିତ ଜଡ଼ିତ ରୋଚକ କାହାଣୀ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୁଶାନ୍ତ ସିଂ ରାଜପୁତଙ୍କୁ ୧୬ ବର୍ଷ ହୋଇଥିଲା ବୋଳ ତାଙ୍କ ମା’ଙ୍କ ଦେହାନ୍ତ ହୋଇ ଯାଇଥିଲା। ସୁଶାନ୍ତ ତାଙ୍କ ମା’ଙ୍କ ସହ ଖୁବ୍‌ ଜଡିତ ଥିଲେ। ୨୦୧୬ ସୁଶାନ୍ତ ଆଙ୍କି ଥିବା ପ୍ରଥମ ଟାଟୁକୁ ସେ ତାଙ୍କ ମା’ଙ୍କୁ ଉତ୍ସର୍ଗ କରିଥିଲେ। ଆଉ ଏହି ଟାଟୁର ଚିତ୍ର ସେହି ସମୟରେ ସୁଶାନ୍ତ ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ ବି କରିଥିଲେ। ଟାଟୁ କରିବାର ଫଟୋକୁ ପୋଷ୍ଟ କରି ସୁଶାନ୍ତ ଲେଖିଥିଲେ, ୫ ଏଲିମେଣ୍ଟସ୍‌, ମା’ ଏବଂ ମୁଁ ।

ଯଦି ଆପଣ ଏହି ଟାଟୁକୁ ଭଲଭାବେ ଦେଖିବେ ତେବେ ଏକ ତ୍ରିକୋଣ ଚିହ୍ନ ମଧ୍ୟରେ ଏକ ଛୋଟ ପିଲା ଏବଂ ମା‘ ଥିବା ନଜର ଆସିବ। ସୁଶାନ୍ତ ଏହି ଟାଟୁକୁ ତାଙ୍କ ବେକରେ ଆଙ୍କିବାକୁ ଚାହୁଁଥିଲେ କିନ୍ତୁ ଭଉଣୀଙ୍କ କଥାରେ ସେ ଏହା ତାଙ୍କ ପିଠିରେ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe