ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲା: ଭଂସାଲୀଙ୍କ ରେକର୍ଡ ବୟାନ କଲା ପୁଲିସ୍‌

Advertisment
ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲା: ଭଂସାଲୀଙ୍କ ରେକର୍ଡ ବୟାନ କଲା ପୁଲିସ୍‌

India TV

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ଅନେକ ଦିନ ହୋଇ ଯାଇଥିଲେ ବି ଏବେ ବି ତାଙ୍କ ମୃତ୍ୟୁ ରହସ୍ୟକୁ ନେଇ ତଦନ୍ତ ଜାରି ରହିଛିି। ମୁମ୍ବାଇର ବାନ୍ଦ୍ରା ପୁଲିସ୍‌ ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରି ଜଣକ ପରେ ଜଣଙ୍କର ବୟାନ ରେକର୍ଡ କରି ଚାଲିଛି। ସୋମବାର ସିନେ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ ବୟାନ ରେକର୍ଡ କରିଛି ପୁଲିସ୍‌।

ଭଂସାଲୀ ପୂର୍ବରୁ ସୁଶାନ୍ତଙ୍କୁ ଯେଉଁ ଫିଲ୍ମ ଅଫର୍‌ କରିଥିଲେ ତାହା କେଉଁ କାରଣରୁ ବନ୍ଦ ରହିଲା ସେ ବିଷୟରେ ଜାଣିବା ପାଇଁ ପୁଲିସ୍‌ ପୂର୍ବରୁ ତାଙ୍କୁ ସମନ ପଠାଇଥିଲା। ପୁଲିସ୍‌ କହିବା ମୁତାବକ ଭଂସାଲୀ ସୋମବାର ବାନ୍ଦ୍ରା ପୁଲିସ୍‌ ଷ୍ଟେସନ୍‌ରେ ଆସି ପହଞ୍ଚିଥିଲେ।

publive-image
The Tribune India

ଭଂସାଲୀ ୧୨.୩୦ ସମୟରେ ଆସି ପୁଲିସ୍‌ ଷ୍ଟେସନ୍‌ରେ ପହଞ୍ଚିଥିଲେ। ତାଙ୍କ ସହ ତାଙ୍କ ଓକିଲ ଓ ତାଙ୍କର କିଛି କର୍ମଚାରୀ ମଧ୍ୟ ସେଠାକୁ ଯାଇଥିଲେ। ରିପ‌ୋର୍ଟରୁ ଜାଣିବାକୁ ମିଳିଛି ଯେ ଭଂସାଲୀ ସୁଶାନ୍ତଙ୍କୁ ଚଳଚ୍ଚିତ୍ର ଅଫର୍‌ ଦେଲା ବେଳେ ସୁଶାନ୍ତ ଅନ୍ୟ ଏକ ପ୍ରଯୋଜନର ସଂସ୍ଥାରେ ଚଳଚ୍ଚିତ୍ର ପାଇଁ ଚୁକ୍ତି କରିଥିଲେ।

ଉଲ୍ଲେଖଯୋଗ୍ୟ, ଜୁନ୍‌ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ସୁଶାନ୍ତ। ପୁଲିସ୍‌ ତାଙ୍କ ମୃତ ଶରୀର ସହ ସେହି ଘରୁ କିଛି ପ୍ରେସ୍‌କିପ୍‌ସନ ଓ ବିଷାଦଗ୍ରସ୍ତତାର ଔଷଧ ପାଇଥିଲା। ସୁଶାନ୍ତଙ୍କ ବିଷ‌ାଦର କାରଣ କ’ଣ ନି‌ର୍ଦ୍ଦିଷ୍ଟ ଭାବେ ଜଣା ପଡ଼ି ନଥିଲେ ବି କ୍ୟାରିୟର୍‌କୁ ନେଇ ସେ ବିଶେଷ ଚିନ୍ତିତ ରହୁଥିଲେ ଓ ଏହାକୁ ହିଁ ତାଙ୍କ ଆତ୍ମହତ୍ୟାର କାରଣ ହୋଇପାରେ ବୋଲି ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe