ଗୋଟିଏ ମାସରେ ସୁଶାନ୍ତ ସିଂ ରାଜପୁତ ପାଖାପାଖି ୫୦ଟି ସିମ୍‌ ବଦଳାଇଥିଲେ

Advertisment
ଗୋଟିଏ ମାସରେ ସୁଶାନ୍ତ ସିଂ ରାଜପୁତ ପାଖାପାଖି ୫୦ଟି ସିମ୍‌ ବଦଳାଇଥିଲେ

FilmiBeat

ପାଟନା: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ନୂଆନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି କ୍ରମରେ ବିହାର ଲୋକଗାୟକ ସୁନିଲ ଛେଲା ବିହାରୀ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ନେଇ କୌଣସି ଗ୍ୟାଙ୍ଗ୍‌ ପକ୍ଷରୁ ଧମକ ଦିଆଯିବା କଥା ସାମ୍ନାକୁ ଆଣି ଗମ୍ଭୀର ଅଭିଯୋଗ କରିଛନ୍ତି।

Did Sushant Singh Rajput change his mobile number 50 times due to ...

ସୁନିଲ ଛେଲା ବିହାରୀ ଏକ ଭିଡିଓ ଜରିଆରେ ଅଭିଯୋଗ କରିଛନ୍ତି କି, ସୁଶାନ୍ତ ସିଂ ରାଜପୁତଙ୍କୁ ଗତ ଏକ ମାସ ହେବ ଫୋନ୍‌ରେ ଅନେକ ଧମକ ଆସୁଥିଲା। ଏହି କାରଣରୁ ସୁଶାନ୍ତ ସବୁବେଳେ ଚିନ୍ତାରେ ରହୁଥିଲେ। ବାରମ୍ବାର ଧମକ ମିଳୁଥିବାରୁ ସୁଶାନ୍ତ ତାଙ୍କ ସିମ୍‌ ବଦଳାଇବାକୁ ବାଧ୍ୟ ହେଉଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ସୁଶାନ୍ତ ଗୋଟିଏ ମାସ ମଧ୍ୟରେ ପାଖାପାଖି ୫୦ଥର ସିମ୍‌ ବଦଳାଇ ଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ସିବିଆଇ ଯାଞ୍ଚ ହେବା ନିହାତି ଆବଶ୍ୟକ।

publive-image

ଅଭିନେତା ଶେଖର ସୁମନ ବି କହିଛନ୍ତି ଯେ ସୁଶାନ୍ତ ମୃତ୍ୟୁ ପୂର୍ବରୁ ମାସକ ଭିତରେ ମୋବାଇଲରେ ୫୦ଟି ସିମ୍‌ ବଦଳାଇଥିଲେ। ସୁଶାନ୍ତଙ୍କ ସୁଇସାଇଡ ନୋଟ ନମିଳିବା, ଘରର ଡୁପ୍ଲିକେଟ ଚାବି ଅଲଗାସ୍ଥାନରେ ରହିବା ଭଳି ଅନେକ ଘଟଣା ମୃତ୍ୟୁ ପଛରେ ରହସ୍ୟକୁ ସୂଚିତ କରୁଛି। ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି ନେଇ ଶେଖର ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସାକ୍ଷାତ କରିବାକୁ ଗଲା ବେଳେ ତାଙ୍କୁ ଅନୁମତି ମିଳି ନ ଥିଲା।

ଅନ୍ୟପଟେ ସୁଶାନ୍ତ ସିଂହଙ୍କ ଭିସାରା ନମୁନା ନେଗେଟିଭ୍‌ ରିପୋର୍ଟ ଆସିଛି। ସୁଶାନ୍ତଙ୍କୁ କୌଣସି ପ୍ରକାର ବିଷ କିମ୍ବା ରାସାୟନିକ ଦିଆଯାଇ ହତ୍ୟା କରାଯାଇଥିବା ଆଶଙ୍କାକୁ ଆଧାର କରି ତାଙ୍କର ଭିସାରା ନମୁନା ପରୀକ୍ଷା ପାଇଁ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe