ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ଦାବି ଉପରେ ଜବାବ ରଖିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା

Advertisment
ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା : ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କୁ ସିବିଆଇ କରିବ ଜେରା

India TV News

ମୁମ୍ବ‌ାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ସିନେ କଳାକାରରୁ ନେଇ ରାଜନେତା ପଯ୍ୟନ୍ତ ବିଭିନ୍ନ ଲୋକ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରି ଆସୁଛନ୍ତି। ନିକଟରେ ବିହାରର ସାଂସଦ ପପୁ ଯାଦବ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ। ଏବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଏକ ପତ୍ର ଜରିଆରେ ତାହାର ଉତ୍ତର ରଖିଛନ୍ତି। ଶାହାଙ୍କ ଉତ୍ତର ଚିଠିର ଏକ ଫଟୋ ଉଠାଇ ଯାଦବ ତାହାକୁ ଟ୍ବିଟର୍‌ରେ ସେୟାର୍‌ କରିଛନ୍ତି।

ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରିବା ପାଇଁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡକ୍ଟର ଶୁଭ୍ରମଣ୍ୟମ ସ୍ବାମୀ ମଧ୍ୟ ସିବିଆଇ ତଦନ୍ତ ଦାବି କରିଥିଲେ। ସେ ସିବିଆଇ ତଦନ୍ତ ଦାବି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଥିଲେ। ଏହି ପତ୍ରର ଏକ ଫଟୋ ଉଠାଇ ନିଜ ଟ୍ବିଟର୍‌ ଆକାଉଣ୍ଟ୍‌ରେ ସେୟାର କରିଥିଲେ ଓକିଲ ଇସ୍‌କରନ ସିଂହ ଭଣ୍ଡାରୀ।ଗତ ମାସ ବିଜେପି ସାଂସଦ ନିଶିକାନ୍ତ ଦୁବେ ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ନିକଟକୁ ଏକ ଚିଠି ଲେଖିଥିଲେ।

ଉଲ୍ଲେଖଯୋଗ୍ୟ, ଜୁନ୍‌ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ସୁଶାନ୍ତ ସିଂହ ରାଜପୁତ। ତାଙ୍କ ଘରୁ କିଛି ଡିପ୍ରେସନ୍‌ ଔଷଧ ଓ ଡାକ୍ତରୀ ପ୍ରେସ୍‌କିପସନ ପୁଲିସ୍‌ ପାଇଥିଲା। କେହି କେହି ଏହାକୁ ଏକ ଷଡ଼ଯନ୍ତ୍ର ପୂର୍ଣ୍ଣ ହତ୍ୟା ବୋଲି ମଧ୍ୟ ସନ୍ଦେହ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe