The Indian Express
ମୁମ୍ବାଇ: ଦିନକୁ ଦିନ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲା ନୂଆ ନୂଆ ମୋଡ଼ ନେବାରେ ଲାଗିଛି। ସୁଶାନ୍ତଙ୍କ ବ୍ୟକ୍ତିଗତ ଡାଏରିରୁ ୧୧ ପୃଷ୍ଠା ଏବେ ସାମ୍ନାକୁ ଆସିଛି। ଏହି ପୃଷ୍ଠାଗୁଡ଼ିକରେ ସୁଶାନ୍ତ ନିଜ ସ୍ବପ୍ନ ବିଷୟରେ ଲେଖିଥିବାର ଦେଖିବାକୁ ମିଳିଛି। ଡାଏରିଟି ୨୦୧୮-୧୯ ମସିହା ମଧ୍ୟରେ ଲେଖା ଯାଇଥିବାର ଦେଖିବାକୁ ମିଳିଛି। ଆଗକୁ ୨୦୨୦ ମସିହାରେ କ’ଣ ଲେଖିବାର ଅଛି ସେ ବିଷୟରେ ଡାଏରିରେ ଲେଖିଥିଲେ ସୁଶାନ୍ତ।
ସୁଶାନ୍ତ ତାଙ୍କ ଡାଏରିର ତୃତୀୟ ପୃଷ୍ଠାରେ ନିଜର ଏକ ବଡ଼ ସ୍ବପ୍ନ ବିଷୟରେ ଲେଖିଥିଲେ। ସେ ୨୦୨୦ ମସିହାରେ ହଲିଉଡ୍ରେ ପ୍ରବେଶ କରିବାର ସ୍ବପ୍ନ ଦେଖୁଥିଲେ। ସେ ସେଥିରେ ଲେଖିଥିଲେ କି ଏହି କାମ୍ କରିବା ପାଇଁ ଏକ ଟିମ୍ ବି ଗଠନ କରାଯିବ, ଯେଉଁ ଟିମ୍ ସବୁ କିଛି ଠିକ୍ ଭାବେ ତୁଲାଇବ।
Times of India
ସୁଶାନ୍ତ ତାଙ୍କ ଡାଏରିରେ ଆହୁରି ଲେଖିଛନ୍ତି ଯେ ସେ ଲେଖକମମାନଙ୍କର ଏକ ଟିମ୍ ବନାଇବାକୁ ଚାହାନ୍ତି। ଫଳରେ ସ୍ପ୍ରିପ୍ଟକୁ ଆହୁରି ଭଲ କରାଯାଇପାରିବ। ସେ ଏହି ଟିମ୍ରେ ନିଜ ଭଉଣୀକୁ ବି ସାମିଲ୍ କରିବେ ବୋଲି ଚିନ୍ତା କରିଥିଲେ। ସେ ଚାହୁଁଥିଲେ ଯେ ତାଙ୍କ ଭଉଣୀ ଏହି ଟିମ୍ର ମୁଖ୍ୟ ହୁଅନ୍ତୁ ବୋଲି।
ସେ ଚାହୁଁଥିଲେ କି ତାଙ୍କ ପାଖକୁ ଯେତେବେଳେ ସ୍କ୍ରିପ୍ଟ ଆସୁଛି ତାହା ଉନ୍ନତ ଧରଣର ହୋଇକରି ଆସୁ। ସେ ତାଙ୍କ ଡାଏରିରେ ଲେଖିଥିଲେ ଯେ ସ୍କ୍ରିପ୍ଟ ଏପରି ହେବା ଉଚିତ ଯାହାକୁ ମନେ ପକାଇବାକୁ ପଡ଼ିବ ନାହିଁ। ତା ଭିତରେ ହଜିଯାଇ ତାକୁ କେବଳ ଅନୁଭବ କରିହେବ ଯେପରି।
Follow Us