www.indiatoday.in
ମୁମ୍ବାଇ: ଆଜି ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଜନ୍ମଦିନ। ବଞ୍ଚିଥିଲେ ସୁଶାନ୍ତ ୩୫ ବର୍ଷ ବୟସରେ ପାଦ ଦେଇଥାନ୍ତେ। ତାଙ୍କର ଅକାଳ ବିୟୋଗକୁ ମନେ ପକାଇ ତାଙ୍କ ଜନ୍ମଦିନ ଅବସରରେ ସୁଶାନ୍ତଙ୍କ ପ୍ରସଂଶକମାନେ ଦୁଃଖ ବ୍ୟକ୍ତ କରିବା ସହ ସୋସିଆଲ୍ ମିଡିଆରେ ସୁଶାନ୍ତଙ୍କୁ ନେଇ ବହୁ ସଂଖ୍ୟାରେ ପୋଷ୍ଟ୍ କରୁଥିବାର ଦେଖିବାକୁ ମିଳୁଛି।
ଆଜି ସକାଳୁ ସୁଶାନ୍ତ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ବିଟର୍ରେ ଟ୍ରେଣ୍ଡିଂ ହେବାରେ ଲାଗିଛନ୍ତି। ତାଙ୍କର ୩୫ତମ ଜୟନ୍ତୀ ଅବସରରେ ପ୍ରଶଂସକମାନେ ତାଙ୍କୁ ସୋସିଆଲ୍ ମିଡିଆ ଜରିଆରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
ଜଣେ ପ୍ରଶଂସକ ଲେଖିଛନ୍ତି, ‘ତୁମେ ଯେଉଁଠି ବି ରହ ଭଲରେ ରହ। ଭଗବାନ ତୁମ ଆତ୍ମାକୁ ଶାନ୍ତିରେ ରଖନ୍ତୁ। ଆଉ ଜଣେ ପ୍ରଶଂସକ ସୁଶାନ୍ତ କହିଥିବା ଏକ କଥାକୁ ମନେ ପକାଇ କହିଛନ୍ତି କି ଥରେ ସୁଶାନ୍ତ କହିଥିଲେ, ‘ମୁଁ ଧୋନିଙ୍କୁ ଅନୁକରଣ କରିନାହିଁ ବରଂ ପୂରା ଧୋନି ବନି ଯାଇଛି’। ସୁଶାନ୍ତ ତାଙ୍କ ଚଳଚ୍ଚିତ୍ର ‘ଏମ୍ଏସ୍ ଧୋନି: ଦ ଅନ୍ଟୋଲ୍ଡ ଷ୍ଟୋରି’କୁ ନେଇ ଏପରି କହିଥିବା ଜାଣିବାକୁ ମିଳିଛି।
Follow Us