image source--hindustan
ମୁମ୍ବାଇ: ଆଜି ହେଉଛି ବଲିଉଡର ଲୋକପ୍ରିୟ ନାୟକ ସୁଶାନ୍ତ ସିଂହ ରାଜପୁତଙ୍କର ଜନ୍ମଦିନ। ସେ ୧୯୮୬ ମସିହା ଜାନୁଆରି ୨୧ ତାରିଖରେ ଜନ୍ମ ହୋଇଥିଲେ। ତାଙ୍କର ତିନିଜଣ ନାୟିକାଙ୍କ ସହ ପ୍ରେମ ସଂପର୍କ ଖୁବ୍ ଚର୍ଚ୍ଚାର ବିଷୟ ହୋଇଥିଲା। ଆସନ୍ତୁ ଜାଣିବା ସେମାନେ କିଏ।
image source-oneindiaସୁଶାନ୍ତ ସିଂ ରାଜପୁତ ଛୋଟ ପରଦାରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ସେହି ସମୟରେ ସେ ଟେଲି ତାରକା ଅଙ୍କିତା ଲୋଖଣ୍ଡେଙ୍କ ସହ ଲିଭ୍ ଇନ୍ ରିଲେସନରେ ଥିଲେ, ହେଲେ ବଡ଼ ପରଦାରେ ହିରୋ ହେବା ପରେ ଉଭୟଙ୍କ ଭିତରେ ଥିବା ପ୍ରେମ ସଂପର୍କ ତୁଟି ଯାଇଥିଲା। ଏହାପରେ ସୁଶାନ୍ତ ସେକ୍ସି ଆଣ୍ଡ୍ ଗ୍ଲାମରସ୍ ନାୟିକା କ୍ରିତି ସାନନଙ୍କ ପ୍ରେମରେ ପଡ଼ିଥିଲେ।
କ୍ରିତି ସାନନ୍ ଯେବେଠାରୁ ଫିଲ୍ମ ‘ରବ୍ତା’ରେ କାମ କରିଥିଲେ, ସେବେଠୁଁ କୋ-ଷ୍ଟାର୍ ସୁଶାନ୍ତ ସିଂହ ରାଜପୁତଙ୍କ ସହିତ ତାଙ୍କର ଆଫେଆର୍କୁ ନେଇ ପ୍ରତ୍ୟେକ ସମୟରେ ଚର୍ଚ୍ଚା ଲାଗି ରହିଥିଲା।
image source-amarujalaସୁଶାନ୍ତ ସିଂହ ରାଜପୁତଙ୍କ ସହିତ କ୍ରିତି ଛୁଟି ବିତାଇବା ଲାଗି ବିଦେଶକୁ ଯିବା ପରେ ଆଫେଆର୍ କଥାଟା ପକ୍କା ବୋଲି ଧରି ନିଆଗଲା । ଏ ସଂପର୍କରେ ଆଦୌ ସୁଶାନ୍ତ ବା କ୍ରିତି କେବେ ବି ମୁହଁ ଖୋଲି ନ ଥିଲେ । ‘ରବ୍ତା’ ଫ୍ଲପ୍ ହେବା ପରେ ଉଭୟଙ୍କର ବ୍ରେକ୍ ଅପ୍ ହୋଇଥିଲା।
image source-DNAINDIAତା’ପରେ ସୁଶାନ୍ତ ସିଂହ ରାଜପୁତଙ୍କର ସୈଫ୍ ଅଲ୍ଲୀ ଖାନ୍-ଅମ୍ରିତା ସିଂହଙ୍କ କନ୍ୟା ତଥା ବଲିଉଡ ନାୟିକା ସାରା ଅଲ୍ଲୀ ଖାନଙ୍କ ସହ ଆଫେଆର୍ ଥିବା ଚର୍ଚ୍ଚାର ବିଷୟ ହୋଇଥିଲା। ଏଦୁହେଁ ଏକାଠି ଫିଲ୍ମ ‘କେଦାରନାଥ୍’ରେ କାମ କରିବା ବେଳେ ଏକଥା ଶୁଣିବାକୁ ମିଳିଥିଲା।
Follow Us