ସଲମାନ ଓ ଆମୀର୍‌ ଖାନ୍‌ଙ୍କୁ ପଛରେ ପକାଇ ଏହି ଅଭିନେତା ଜହ୍ନରେ କଣିଲେ ଜାଗା

Advertisment
ସଲମାନ ଓ ଆମୀର୍‌ ଖାନ୍‌ଙ୍କୁ ପଛରେ ପକାଇ ଏହି ଅଭିନେତା ଜହ୍ନରେ କଣିଲେ ଜାଗା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ଜହ୍ନରେ ଜାଗା କିଣିଥିବା ଖବର ମିଳିଛି। ଆପଣ ଏହି କଥା ଶୁଣି ନିଶ୍ଚିୟ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିବେ। କିନ୍ତୁ ଏହି କଥା ସମ୍ପୂର୍ଣ୍ଣ ସତ। ସୁଶାନ୍ତ ଏହି ପ୍ଲଟ୍‌କୁ ‘ସି ଅଫ୍‌ ମସ୍କୋବି’ରେ ଇଣ୍ଟରନ୍ୟାସନାଲ ଲୁନର ଲ୍ୟାଣ୍ଡସ୍‌ ରେଜିଷ୍ଟ୍ରିରୁ କିଣିଥିବା ଜଣାପଡ଼ିଛି। ଜୁନ୍‌ ୨୫ ତାରିଖ ଦିନ ଏହି ଜମିକୁ ନିଜ ନାମରେ କରି ଦେଇଛନ୍ତି ସୁଶାନ୍ତ। ଚନ୍ଦ୍ରପୃଷ୍ଠର ଯେଉଁ ଅଂଶରେ ସେ ଜମି କିଣିଛନ୍ତି ତାହା ପୁଥିବୀରୁ ଦେଖାଯାଏ ନାହିଁ। ସୁଶାନ୍ତ ଏହା ପୂର୍ବରୁ ଆଡଭାନ୍ସ ଟେଲିସ୍କେପ୍‌ Meade ୧୪" LX୬୦୦କୁ ନିଜ ନାମରେ କରିସାରିଛନ୍ତି।

publive-image

କହିବାକୁ ଗଲେ, ସୁଶାନ୍ତ ସିଂହ ରାଜପୁତ ପ୍ରଥମ ଷ୍ଟାର ନୁହନ୍ତି କି ଯିଏ ଚହ୍ନରେ ଜାଗା କିଣିଛନ୍ତି। ଏହାପୂର୍ବରୁ ସଲମାନ୍‌ ଓ ଶାହରୁଖ୍‌ ଓ ଅମୀର ଖାନ୍‌ଙ୍କର ବି ଜହ୍ନରେ ଜାଗା ଥିବା କଥା ଆମେ ଜାଣଥିଲେ। ତେବେ ଶାହାରୁଖ୍‌ ଖାନ୍‌ଙ୍କ ଜଣେ ଫ୍ୟାନ୍‌ ବି ତାଙ୍କୁ ଜହ୍ନରେ ଏକ ଜାଗା ଉପହାର ବାବଦରେ ଦେଇଥିଲା। ଆର୍ଥାତ୍‌ ଜହ୍ନରେ ବି କିଙ୍ଗଖାନ୍‌ଙ୍କ ସମ୍ପତ୍ତି ଅଛି। ସୁଶାନ୍ତଙ୍କ ଜହ୍ନରେ ଜାଗା କିଣିବା ନେଇ କେତେକ ଲୋକ ଏହାକୁ ସୁଶାନ୍ତଙ୍କର ପବ୍ଲିସିଟି ସ୍‌ଟଣ୍ଟ ବୋଲି କହୁଛନ୍ତି। କାରଣ ସୁଶାନ୍ତଙ୍କର ଫିଲ୍ମ ‘ଚନ୍ଦା ମାମା ଦୂର୍‌ କେ’ ଖୁବ୍‌ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମଟି ବ୍ରହ୍ମାଣ୍ଡ ବିଜ୍ଞାନ ଉପରେ ତିଆରି ହୋଇଛି। ନିକଟରେ ସୁଶାନ୍ତ ସ୍ପେଶ ଜ୍ୟାକେଟ ପିନ୍ଧି ଥିବାର ଏକ ଫଟୋ ପୋଷ୍ଟ କରିଥିବାର ମଧ୍ୟ ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe