jansatta.com
ମୁମ୍ବାଇ : ‘#ମି ଠୁ ଅଭିଯାନ’କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହି ଅଭିଯାନରେ ଅନେକ ବଡ଼ ବନ ଷ୍ଟାର ଫସି ସାରିଛନ୍ତି । ଫିଲ୍ମ,ରାଜନୀତି,ସଙ୍ଗୀତ ଏବଂ ମିଡ଼ିଆରେ କାମ କରୁଥିବା ଅନେକ ବଡ଼ ବଡ଼ ଲୋକଙ୍କ ନାଁ ଏଥିରେ ସାମିଲ ହୋଇ ସାରିଥିବା ବେଳେ ଅନେକ ନିଜ ଉପରେ ଲାଗିଥିବା ଅଭିଯୋଗକୁ ନେଇ ସଫେଇ ଦେଇଥିବା ଦେଖାଯାଇଛି । ପୂର୍ବରୁ ଲେଖକ ଚେତନ ଭଗତ ନିଜକୁ ନିର୍ଦ୍ଦୋଶ ବୋଲି ପ୍ରମାଣ କରିବା ପାଇଁ ପୂର୍ବ ମେସେଜର କିଛି ସ୍କ୍ରିନ୍ସଟ୍କୁ ଟ୍ଵିଟ୍ କରିଥିବା ବେଳେ ଏବେ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ସେଭଳି କିଛି କରିଥବା ଜଣା ପଡ଼ିଛି ।
ସୂଚନା ମୁତାବକ, ଅଗଷ୍ଟରେ ସୁଶାନ୍ତଙ୍କ ସହ ଫିଲ୍ମ ‘କିଜି ଔର ମ୍ୟାନି’ରେ କାମ କରୁଥିବା ଅଭିନେତ୍ରୀ ସଞ୍ଜନା ସାଙ୍ଘି ସୁଶାନ୍ତ ତାଙ୍କ ସହ ଅଧିକ ମେଳାପୀ ହେବା ପାଇଁ ଚେଷ୍ଟା କରୁଥିବାର ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ପରବର୍ତ୍ତି ମୂହୁର୍ତ୍ତରେ ଅନେକ ଚର୍ଚ୍ଚା ହୋଇଥିଲା । ଏବେ ସେହି ଘଟଣାକୁ ନେଇ ନିଜର ପକ୍ଷ ରଖିଛନ୍ତି ସୁଶାନ୍ତ ସିଂ ରାଜପୁତ୍ । ଅଭିନେତ୍ରୀ ସଞ୍ଜନାଙ୍କ ସହ ସେ ଯାହା ବି ମେସେଜରେ କଥା ହୋଇଥିଲେ ତାହାର ସ୍କ୍ରିନ୍ସଟ୍ ନେଇ ସେ ଟ୍ଵିଟ୍ରରେ ସେୟାର କରିଥିଲେ ।
ଏହା ସହ କିଏ ଦୋଷୀ ବୋଲି ପ୍ରଶ୍ନ କରିଥିଲେ ସୁଶାନ୍ତ । ସୁଶାନ୍ତଙ୍କ ଉପରେ ଏଭଳି ଅଭିଯୋଗ ସଞ୍ଜନା ଆଣିବା ପରେ ମଧ୍ୟ ନିର୍ଦ୍ଦେଶକ ମୁକେଶ ଛାବ୍ରା ସୁଶାନ୍ତଙ୍କୁ ସମର୍ଥନ କରିଥିବା ଜଣା ପଡ଼ିଛି ।
Follow Us