ଆପଣଙ୍କ ହସ୍ତକ୍ଷେପ ଆମ ସବୁ ପ୍ରଶ୍ନର ଉତ୍ତର ଦେବ; ପ୍ରଧାନମନ୍ତ୍ରୀଙ୍କ ସାହାଯ୍ୟ ଲୋଡିଲେ ସୁଶାନ୍ତଙ୍କ ଭଉଣୀ

Advertisment
ଆପଣଙ୍କ ହସ୍ତକ୍ଷେପ ଆମ ସବୁ ପ୍ରଶ୍ନର ଉତ୍ତର ଦେବ; ପ୍ରଧାନମନ୍ତ୍ରୀଙ୍କ ସାହାଯ୍ୟ ଲୋଡିଲେ ସୁଶାନ୍ତଙ୍କ ଭଉଣୀ

ମୁମ୍ବାଇ : ୨୦୨୦ରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହେବା ଖବର ସମସ୍ତଙ୍କୁ ଦୋହଲାଇ ଦେଇଥିଲା | ପରିବାର ଲୋକେ ଏହାକୁ ହତ୍ୟା ବୋଲି କହିବା ସହ ସୁଶାନ୍ତ ଆତ୍ମହତ୍ୟା କରିଥିବା କହିଥିଲା ପୁଲିସ | ଏ ମଧ୍ୟରେ ଅନେକ ବର୍ଷ ବିତିବା ସହ ସିବିଆଇ ହାତକୁ ତଦନ୍ତ ଭାର ଦିଆଯାଇଥିଲେ ବି ଏପର୍ଯ୍ୟନ୍ତ ସୁଶାନ୍ତଙ୍କ ମୃତ୍ୟୁ ପଛର କାରଣ ଜଣାପଡିନାହିଁ | ପରିବାର ପାଇଁ ସୁଶାନ୍ତଙ୍କୁ ଭୁଲିବା ସମ୍ଭବ ନଥିବା ବେଳେ ଏବେ ତାଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ଏକ ଭିଡିଓ ସେୟାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି।

ସେ କହିଛନ୍ତି ଯେ, “ନମସ୍କାର। ମୁଁ ଶ୍ୱେତା ସିଂ କିର୍ତ୍ତୀ। ମୁଁ ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ। ମୁଁ ଆମର ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ପାଇଁ ଏହି ଭିଡିଓ ରେକର୍ଡିଂ କରୁଛି। ମୁଁ ପ୍ରଧାନମନ୍ତ୍ରୀଙ୍କ ନଜରକୁ ଆଣିବାକୁ ଚାହୁଁଥିଲି ଯେ ସୁଶାନ୍ତ ଭାଇଙ୍କ ଦେହାନ୍ତ ହେବାର ୪୫ମାସ ବିତିଗଲାଣି ଏବଂ ସିବିଆଇ ଦ୍ୱାରା ଚାଲିଥିବା ଅନୁସନ୍ଧାନ ବିଷୟରେ ଆମେ ଏପର୍ଯ୍ୟନ୍ତ କିଛି ବି ଜାଣିନାହୁଁ। ଆପଣ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରନ୍ତୁ ବୋଲି ମୁଁ ଅନୁରୋଧ କରୁଛି। କାରଣ ଆମ ପରିବାର ଏବଂ ଆମ ଦେଶ ସେ ଘଟଣା ସହ ଜଡ଼ିତ ଅନେକ ପ୍ରଶ୍ନର ଉତ୍ତର ପାଇବାକୁ ସଂଗ୍ରାମ କରୁଛି।”

ସେ ଆହୁରି କହିଛନ୍ତି ଯେ, “ଆପଣ ହସ୍ତକ୍ଷେପ କଲେ ପ୍ରକୃତରେ ସିବିଆଇର ଅନୁସନ୍ଧାନ କେଉଁ ପର୍ଯ୍ୟନ୍ତ ପହଞ୍ଚିଛି ତାହା ଆମେ ଜାଣିପାରିବୁ। ଏହା ନ୍ୟାୟ ବ୍ୟବସ୍ଥା ଉପରେ ଥିବା ଆମ ବିଶ୍ୱାସକୁ ଜାଗ୍ରତ କରିବାରେ ମଧ୍ୟ ସାହାଯ୍ୟ କରିବ। ଜୁନ୍ ୧୪, ୨୦୨୦ରେ ସୁଶାନ୍ତ ଭାଇଙ୍କ ସହ କ’ଣ ଘଟିଥିଲା, ତାହା ସମସ୍ତେ ଜାଣିବାକୁ ଚାହାନ୍ତି। ଆପଣ ହସ୍ତକ୍ଷେପ କଲେ ଉତ୍ତର ଅପେକ୍ଷାରେ ଥିବା ଲୋକଙ୍କ ମନକୁ ଶାନ୍ତି ମିଳିବ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe