ସତରେ କ’ଣ କ୍ରିତି ସାନନ୍‌ଙ୍କୁ ଡେଟ୍‌ କରୁଥିଲେ ସୁଶାନ୍ତ ସିଂ ରାଜପୁତ?

Advertisment
ସତରେ କ’ଣ କ୍ରିତି ସାନନ୍‌ଙ୍କୁ ଡେଟ୍‌ କରୁଥିଲେ ସୁଶାନ୍ତ ସିଂ ରାଜପୁତ?

asianetnews.com

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ସହ ଯୋଡ଼ି ହୋଇ ରହିଥିବା ଅନେକ ବଲିଉଡ୍‌ କଳାକାରଙ୍କ ନାମ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ସେମାନଙ୍କ ଭିତରୁ ଜଣେ ହେଉଛନ୍ତି ଅଭିନେତ୍ରୀ କ୍ରିତି ସାନନ୍। ସୁଶାନ୍ତ ଓ କ୍ରିତି ସ୍ବଳ୍ପ ସମୟ ପାଇଁ ପରସ୍ପର ସହ ସଂପର୍କରେ ଥିଲେ ବୋଲି କଥା ଉଠିଥିଲେ ବି ସେ ଦୁହେଁ କେବେ ବି ନିଜ ମୁହଁରୁ ସେମାନଙ୍କ ସଂପର୍କକୁ ନେଇ କୌଣସି ବୟାନ ଦେଇନଥିଲେ।

ଏ ନେଇ ଅଭିନେତ୍ରୀ ଲିଜା ମଲିକ ଦାବି କରିଛନ୍ତି କି ଯଦିଓ ସୁଶାନ୍ତ ଓ କ୍ରିତି ‌ସେମାନଙ୍କ ସଂପର୍କକୁ ନେଇ ଖୁଲାସା କରିନାହାନ୍ତି ମାତ୍ର ସେ ଦୁହେଁ ପରସ୍ପରଙ୍କୁ ଡେଟ୍‌ କରୁଥିଲେ। ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି କି ଦୁଇ ଜଣକ ଯାକ ଏକା ସାଥିରେ ଖୁବ୍ ଖୁସି ରହୁଥି‌ଲେ। ଲିଜାଙ୍କର ସୁଶାନ୍ତଙ୍କ ସହ କେବଳ ବୃତ୍ତିଗତ ସଂପର୍କ ଥିବା ବେଳେ ସେ ଦୁହିଁଙ୍କୁ ଲିଜା ଏକ ଜନ୍ମଦିନ ପାର୍ଟିରେ ଦେଖିଥିବା କଥା କହିଥିଲେ।

publive-image asianetnews.com

ଲିଜା କହିଛନ୍ତି କି ତାଙ୍କର ସୁଶାନ୍ତଙ୍କ ସହ ପ୍ରାୟ ଅଢ଼େଇ ବର୍ଷ ତଳେ ସାକ୍ଷାତ ହୋଇଥିଲା। କ୍ରିତିଙ୍କ ଜନ୍ମଦିନ ପାର୍ଟିରେ ବାନ୍ଦ୍ରା କ୍ଲବ୍‌ରେ ହେଉଥିବା ସେଲିବ୍ରେସନ୍‌ରେ ସେ ସମୟରେ ସୁଶାନ୍ତଙ୍କ ସହ ଦେଖା ହୋଇଥିଲେ। ସେ ଜଣେ ଚମତ୍କାର ବ୍ୟକ୍ତି ଥିଲେ। ସେ ପହଞ୍ଚିବା ପରେ ପାର୍ଟିର ସମସ୍ତଙ୍କ ମୁହଁରେ ହସ ଭରି ଦେଇଥିଲେ। ସେହି ପାର୍ଟିରେ ସୁଶାନ୍ତ ଓ କ୍ରିତିଙ୍କ ମଧ୍ୟରେ ସଂପର୍କ ରହିଛି ବୋଲି ଅନେକ ଲୋକ ଅନୁମାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe