ଖୋଲିବ ଅନେକ ରହସ୍ୟ! ପୁଲିସ୍‌ ହାତରେ ବାଜିଲା ସୁଶାନ୍ତଙ୍କ ପର୍ସନାଲ୍‌ ଡାଏରି

Advertisment
ଖୋଲିବ ଅନେକ ରହସ୍ୟ! ପୁଲିସ୍‌ ହାତରେ ବାଜିଲା ସୁଶାନ୍ତଙ୍କ ପର୍ସନାଲ୍‌ ଡାଏରି

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଦୀର୍ଘ ଦିନ ରହି ବିଷ‌ାଦଗ୍ରସ୍ତ ରହିବା ପରେ ଆତ୍ମହତ୍ୟା କରିଛନ୍ତି ବୋଲି ଆମେ ଜାଣି‌ଛେ। ତାଙ୍କ ବିଷାଦଗ୍ରସ୍ତ ରହିବା ପଛର ଅନେକ ଗୁଡ଼ିଏ କାରଣ ଅନୁମାନ କରାଯାଉଥିଲେ ବାସ୍ତବ କଥାଟି ଏବେ ବି ଅଛପା। ମାତ୍ର ଖବର ମିଳିଛି ଯେ ପୁଲିସ୍‌ ହାତରେ ସୁଶାନ୍ତଙ୍କର ୫ଟି ଡାଏରି ପଡିଛି। ଯାହାକୁ ଅଧାର କରି ସୁଶାନ୍ତଙ୍କ ଜୀବନର ଅନେକ ଅଜଣା କଥାକୁ ଲୋକଲୋଚନକୁ ଅଣାଯାଇପାରେ।

ଏହି ଡାଏରିକୁ ମାଧ୍ୟମ କରି ସୁଶାନ୍ତଙ୍କ ଆତ୍ମହତ୍ୟା ପଛର କାରଣ ଖୋଜୁଛି ପୁଲିସ୍‌। କେବଳ ସେତିକି ନୁହେଁ, ପୁଲିସ୍‌ ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ବି ପଚରାଉଚରା କରିବ ବୋଲି ଜାଣିବାକୁ ମିଳିଛି। ସୁୁଶାନ୍ତଙ୍କ ବିଷୟରେ ଅଧିକରୁ ଅଧିକ ତଥ୍ୟ ହାସଲ କରିବା ପାଇଁ ପୂର୍ବରୁ ପୁଲିସ୍‌ ସୁଶାନ୍ତଙ୍କ କାଷ୍ଟିଂ ନିର୍ଦ୍ଦେଶକ ମୁକେଶ ଛ‌ାବଡ଼ାଙ୍କୁ ମୁମ୍ବାଇର ବାନ୍ଦ୍ରା ପୁଲିସ୍‌ ଷ୍ଟେସନ୍‌କୁ ଡକାଇ ଥିଲା। ମୁକେଶ ଛାବଡ଼ା ପୁଲିସ୍‌କୁ ଉପଯୁକ୍ତ ସହଯୋଗ ବି କରିଥିଲେ।

publive-image India TV

ଆପଣଙ୍କ ସୂଚନା ସକା‌ଶେ ଜଣାଇ ଦେଉଛୁ ଯେ ସୁଶାନ୍ତଙ୍କ ସହ ଘନିଷ୍ଠ ସଂପର୍କ ଥିବା ଅନେକ ବ୍ୟକ୍ତିଙ୍କ ବୟାନ ‌ଏବେ ପର୍ଯ୍ୟନ୍ତ ପୁଲିସ୍‌ ନେଇ ପାରିନାହିଁ। କାରଣ ସୁଶାନ୍ତଙ୍କ ସହ ଭଲ ପରିଚୟ ଥିବା ଅଧିକାଂଶ ଲୋକ ଏବେ ମୁମ୍ବାଇ ବାହାରେ ଅଛନ୍ତି।

ଉଲ୍ଲେଖଯୋଗ୍ୟ, ଦୀର୍ଘ ଦିନ ଧରି ବିଷାଦଗଗ୍ରସ୍ତ ରହିବା ପରେ ଶେଷରେ ରବିବାର ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ସୁଶାନ୍ତ। ତାଙ୍କ ଆତ୍ମହତ୍ୟା ପଛର କାରଣ ଖୋଜିବା ପାଇଁ ପୁଲିସ୍‌ ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe