India TV
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଏକ ମାସରୁ ଅଧିକ ସମୟ ହୋଇଗଲାଣି। ଏହାରି ଭିତରେ ତାଙ୍କ ମୃତ୍ୟୁକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରକାର ଖବର ସାମ୍ନାକୁ ଆସୁଛି। ଏଥିମଧ୍ୟରୁ କିଛି ଖବରରେ ସତ୍ୟତା ଥିବା ବେଳେ ଆଉ କେତେକ ଖବର ଗୁଜବ ହୋଇ ଘୁରି ବୁଲୁଛି। ଏହି କ୍ରମରେ ସୁଶାନ୍ତଙ୍କ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ତାଙ୍କ ପ୍ରଶଂସକମାନେ ଅପେକ୍ଷା କରି ରହିଛନ୍ତି।
ଏହାରି ଭିତରେ ସୁଶାନ୍ତଙ୍କ ଭିସେରା ରିପୋର୍ଟର ଗୁରୁତ୍ୱ ବହୁଗୁଣିତ ହୋଇଯାଇଛି। ଗତ ଜୁନ୍ ୧୪ରେ ଆତ୍ମହତ୍ୟା କରିଥିବା ସୁଶାନ୍ତଙ୍କ ଭିସେରା ରିପୋର୍ଟ ଅନୁଯାୟୀ, ତାଙ୍କ ଶରୀରରେ କୌଣସି ପ୍ରକାରର ବିଷ ନ ଥିଲା ବୋଲି ଜଣାପଡ଼ିଛି। ସେହିଦିନ ରାତିରେ ପୋଷ୍ଟମର୍ଟମ ରିପୋର୍ଟରେ ସୁଶାନ୍ତଙ୍କ ମୃତ୍ୟୁର କାରଣ ଆତ୍ମହତ୍ୟା ବୋଲି ଦର୍ଶାଯାଇଥିଲା । ଜୁନ୍ ୨୫ରେ ତାଙ୍କର ଶେଷ ପୋଷ୍ଟମର୍ଟମ ରିପୋର୍ଟ ଆସିଥିଲା। ଏହି ରିପୋର୍ଟକୁ ୫ଜଣ ଡାକ୍ତରଙ୍କ ଏକ ଟିମ୍ ପ୍ରସ୍ତୁତ କରିଥିଲେ। ଏହି ରିପୋର୍ଟରେ କୁହାଯାଇଥିଲା କି, ସୁଶାନ୍ତଙ୍କ ମୃତ୍ୟୁ ଫାଶୀ ଲଗାଇବା ପରେ ଶ୍ୱାସରୁଦ୍ଧ ହୋଇ ହୋଇଥିଲା।
Zee Newsମୁମ୍ବାଇ ପୁଲିସ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି ଦର୍ଶାଉଥିବା ବେଳେ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ଅନେକ ପ୍ରଶଂସକ ଏହାକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କହି ସିବିଆଇ ତଦନ୍ତ ଦାବି କରିଛନ୍ତି।
Follow Us