୨୬/୧୧ ଆକ୍ରମଣ ଉପରେ ଚଳଚ୍ଚିତ୍ର କରିଥା’ନ୍ତେ ସୁଶାନ୍ତ

ସୁଶାନ୍ତ ଆତ୍ମହତ୍ୟା ମାମଲା: ଅଢ଼େଇ କୋଟିର ନିଷିଦ୍ଧ ନିଶାଦ୍ରବ୍ୟ ଜବତ, ଜଣେ ଗିରଫ

The Week

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୫ ମାସ ବିତିଯାଇଥିଲେ ବି ତାଙ୍କ ମୃତ୍ୟୁ ରହସ୍ୟ ଏଯାଏ ଉନ୍ମୋ‌ଚିତ ହୋଇପାରିନାହିଁ। ଏବେ କିନ୍ତୁ ଏକ ନୂଆ ତଥ୍ୟ ସାମ୍‌ନାକୁ ଆସିଛି। ସୁଶାନ୍ତଙ୍କ କଲ୍‌ ରେକର୍ଡସ୍‌ରୁ ଜଣାପଡ଼ିଛି, ଜୁନ୍‌ ୧୩ ତାରିଖ ଅର୍ଥାତ ତାଙ୍କ ମୃତ୍ୟୁର ପୂର୍ବ ଦିନ ଟ୍ୟାଲେଣ୍ଟ୍‌ ଏଜେନ୍ସିର ଉଦୟ ସିଂହ ଗୌରୀଙ୍କ ସହ ତାଙ୍କର ଦୀର୍ଘ ସମୟ ଧରି କଥାବର୍ତ୍ତା ହୋଇଥିଲା। ୨୬/୧୧ ଆତଙ୍କବାଦୀ ଆକ୍ରମଣ କାହାଣୀ ଆଧାରିତ ଚଳଚ୍ଚିତ୍ରରେ ସୁଶାନ୍ତ କ‌ାମ କରିବା ନେଇ ସେମାନେ କଥା‌ ହୋଇଥିଲେ।

ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ନିଖିଲ ଆଡ୍‌ଭାନୀ ଓ ନିର୍ମାତା ରମେଶ ତୁରାଣୀ ମଧ୍ୟ ସୁଶାନ୍ତ ଓ ଗୌରୀଙ୍କ ସହ ଏହି କଲ୍‌ରେ କନଫରେନ୍ସରେ ଥିଲେ ବୋଲି ସିବିଆଇକୁ ଗୌରୀ କହିଛନ୍ତି। ଏହି କଲ୍‌ ପାଖାପାଖି ୭ ମିନିଟ୍‌ ପର୍ଯ୍ୟନ୍ତ ଚାଲିଥିଲା ଓ ଚଳଚ୍ଚିତ୍ରର କାହାଣୀ ଓ ଚରିତ୍ର ବିଷୟରେ ସବିଶେଷ ଆଲୋଚନା ହୋଇଥିଲା। ଏଥିସହ ଜୁନ୍‌ ୧୫ ତାରିଖ ଦିନ ଏକ ଭିଡିଓ କନ୍‌ଫରେନ୍ସ ଜରିଆରେ ସୁଶାନ୍ତଙ୍କ ସହ ଚଳଚ୍ଚିତ୍ର ବିଷୟରେ ଅଧିକ ଆଲୋଚନା କରିବାର ଥିଲା ବୋଲି ଗୌରୀ କହିଛନ୍ତି। କିନ୍ତୁ ସେ ଏହା ପୂର୍ବ ଦିନ ଆତ୍ମହତ୍ୟା କରିଦେବାରୁ ଏହା ହୋଇପାରି ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe