ବ୍ୟବଚ୍ଛେଦ ରିପୋର୍ଟରୁ ହତ୍ୟା କି ଆତ୍ମହତ୍ୟା ଜଣାପଡ଼ିବନି: ସୁବ୍ରମଣ୍ୟମ ସ୍ବାମୀ

Advertisment
ବ୍ୟବଚ୍ଛେଦ ରିପୋର୍ଟରୁ ହତ୍ୟା କି ଆତ୍ମହତ୍ୟା ଜଣାପଡ଼ିବନି: ସୁବ୍ରମଣ୍ୟମ ସ୍ବାମୀ

India TV News

ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମାମଲାରେ ସୁବ୍ରମଣ୍ୟମ ସ୍ବାମୀ ଲଗାତାର ଟ୍ବିଟ୍‌ କରି ବିଭିନ୍ନ ପ୍ରଶ୍ନ ବାଣ ଛାଡ଼ୁଛନ୍ତି। ନିକଟରେ ସେ କହିଛନ୍ତି ଯେ ଶବ ବ୍ୟବଚ୍ଛେଦ ରିପୋର୍ଟରୁ କ’ଣ ସୁଶାନ୍ତଙ୍କ ହତ୍ୟା କିମ୍ବା ଆତ୍ମହତ୍ୟା ହୋଇଛି ବୋଲି ଜଣାପଡ଼ିବ କି? ଶ୍ରୀ ସ୍ବାମୀଙ୍କ ଟ୍ବିଟ୍‌ରୁ ଜଣାପଡ଼ିଛି ଯେ ଜଣେ ପୁଲିସ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଏମ୍‌ସରୁ ରିପୋର୍ଟ ଆସିବା ପରେ ସୁଶାନ୍ତଙ୍କ ହତ୍ୟା ହୋଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇଯିବ। ସେ ପ୍ରଶ୍ନ କରିଛନ୍ତି, ସୁଶାନ୍ତଙ୍କ ଶରୀର ଏବେ ନ ଥିବାରୁ ରିପୋର୍ଟ କେମିତି ସ୍ପଷ୍ଟ କରିବ ଯେ ତାହା ହତ୍ୟା ଥିଲା ନା ଆତ୍ମହତ୍ୟା। ବରଂ ଏମ୍‌ସ ରିପୋର୍ଟ ଏହା ସ୍ପଷ୍ଟ କରିପାରିବ ଯେ କପୁର ହସ୍ପିଟାଲ୍‌ର ଡାକ୍ତର ସେହିଦିନ କ’ଣ କରିଥିଲେ ଓ କ’ଣ କରିନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe