www.indiatoday.in
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ରହସ୍ୟ ଉପରୁ ଗୋଟାଏ ପରେ ଗୋଟାଏ ପରଦା ଉଠିବାରେ ଲାଗିଛି। ନିକଟରେ ସୁଶାନ୍ତଙ୍କ ପରିବାରର ଓକିଲ ବିକାଶ ସିଂ ଦାବି କରିଛନ୍ତି ଯେ ସୁଶାନ୍ତଙ୍କୁ ଗଳା ଚିପି ହତ୍ୟା କରାଯାଇଛି ଓ ଏହା ୨୦୦ ପ୍ରତଶତ ସତ। ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ, ହତ୍ୟା ବୋଲି ଏମ୍ସ ଡାକ୍ତର ସ୍ପଷ୍ଟ କରିଛନ୍ତି ବୋଲି କହି ଓକିଲ ସିଂହ ଏହି ଦାବି କରିଥିବା ସୂଚନା ରହିଛି।
ମାତ୍ର ଏମ୍ସ ଡାକ୍ତରୀ ଦଳର ମୁଖ୍ୟ ଡକ୍ଟର ସୁଧୀର ଗୁପ୍ତା କିନ୍ତୁ ଓକିଲ ବିକାଶ ସିଂଙ୍କ ଦାବିକୁ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି କି ତଦନ୍ତ ଏଯାଏ ଜାରି ରହିଛି। ଏମ୍ସର ଏକ ଡାକ୍ତରୀ ପ୍ୟାନେଲ୍ ସୁଶାନ୍ତଙ୍କ ବ୍ୟବଚ୍ଛେଦ ଓ ଭିସେରା ନମୁନାକୁ ନେଇ ଏହା ହତ୍ୟା କିମ୍ବା ଆତ୍ମହତ୍ୟା ବୋଲି ଜାଣିବାକୁ ଯାଞ୍ଚ୍ ଜାରି ରଖିଛନ୍ତି।
Oneindia
ବରିଷ୍ଠ ଆଡଭୋକେଟ୍ ବିକାଶ ସିଂ ସୁଶାନ୍ତଙ୍କ ମାମଲା ନେଇ ସିବିଆଇ ତଦନ୍ତ କରିବାରେ ବଳମ୍ବ କରୁଥିବା ନେଇ ଅସନ୍ତୋଷ ପ୍ରକାଶ କରିବା ସହ କହିଛନ୍ତି କି ଏମ୍ସର ଡାକ୍ତରୀ ଟିମ୍ର ଜଣେ ଡାକ୍ତର ମୁଁ ପଠାଇଥିବା ଫଟୋ ଦେଖି କହିଥିଲେ କି ଏହା ୨୦୦ ପ୍ରତିଶତ ହତ୍ୟା ମାମଲା।
ଡକ୍ଟର ସୁଧୀର ଗୁପ୍ତା ଗଣମାଧ୍ୟମରେ ନିଜର ମତ ରଖି କହିଛନ୍ତି, ‘ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ନେଇ ତଦନ୍ତ ଜାରି ରହିଛି। ଓକିଲ ସିଂ ଯାହା କରୁଛନ୍ତି ତାହା ଠିକ୍ ନୁହେଁ। କେବଳ ଲିଚର ମାର୍କ ଏବଂ ଅପରାଧର ଦୃଶ୍ୟକୁ ଆଧାର କରି ଆମେ ହତ୍ୟା କିମ୍ବା ଆତ୍ମହତ୍ୟା ବିଷୟରେ ସିଦ୍ଧାନ୍ତ ନେଇ ପାରିବୁ ନାହିଁ। ଅଧିକ ତଦନ୍ତର ଆବଶ୍ୟକତା ରହିଛି। ଯାହା ଏପର୍ଯ୍ୟନ୍ତ ଚାଲିଛି।’
Follow Us