ପଙ୍ଖାରେ ଝୁଲିଲା ସୁଶାନ୍ତଙ୍କ ଡମି, ସିବିଆଇ ଜାରି ରଖିଛି ଯାଞ୍ଚ

Advertisment
ମାନସିକ ଅବସାଦ କଥା ଜାଣିଥିଲେ ସୁଶାନ୍ତଙ୍କ ପରିବାର!

India Today

ମୁମ୍ବାଇ:  ଗତକାଲି ସିବିଆଇ ଟିମ୍‌ ସୁଶାନ୍ତଙ୍କ ବାସଭବନରେ ପହଞ୍ଚି ସେଦିନର ସମସ୍ତ ଘଟଣାର ଡେମୋ ଦେଖିଛି। ସୁଶାନ୍ତଙ୍କ ଉଚ୍ଚତା ଓ ଓଜନର ଏକ ଡମିକୁ ନେଇ ଏହି ସ୍ଥାନରେ ଆତ୍ମହତ୍ୟା ସମ୍ଭବ କି ନୁହେଁ, ତାହାର ଯାଞ୍ଚ କରିଛି। ସୁଶାନ୍ତଙ୍କ ଖଟ ଓ ପଙ୍ଖା ଭିତରେ ଥିବା ଦୂରତାକୁ ମାପିବା ପରେ ସୁଶାନ୍ତଙ୍କ ଉଚ୍ଚତାର ଜଣେ ବ୍ୟକ୍ତିଙ୍କ ପାଇଁ ସେଠାରେ ଆତ୍ମହତ୍ୟା ସମ୍ଭବ ବୋଲି ସିବିଆଇ ଜାଣିବାକୁ ପାଇଛି। ଖଟ ଓ ପଙ୍ଖା ମଧ୍ୟରେ ଦୂରତା ୯ ଫୁଟ୍‌ ୩ ଇଞ୍ଚ ରହିଥିବା ବେଳେ ସୁଶାନ୍ତଙ୍କ ଉଚ୍ଚତା ୫ ଫୁଟ ୧୦ ଇଞ୍ଚ ଥିଲା। ସୁଶାନ୍ତଙ୍କ ଡମି ୮ ଫୁଟ ୧ ଇଞ୍ଚ ଉଚ୍ଚତାରେ ଝୁଲି ରହିଥିଲା। ଏଣୁ ସୁଶାନ୍ତ ଆତ୍ମହତ୍ୟା କରିବା ସମ୍ଭବ। ଏପର୍ଯ୍ୟନ୍ତ ସୁଶାନ୍ତଙ୍କ ପରିବାର ଓ ପ୍ରଶଂସକ ସୁଶାନ୍ତ ଆତ୍ମହତ୍ୟା କରିପାରିବେ ନାହିଁ ବୋଲି ମତ ରଖି ଆସୁଥିଲେ ମଧ୍ୟ ସିବିଆଇର ଏହି ଯାଞ୍ଚ ଆଜି ସେଥିରେ ଯବନିକା ପକାଇଛି।

ପ୍ରକାଶ ଥାଉ କି, ଏହା ପୂର୍ବରୁ ମୁମ୍ବାଇ ପୁଲିସ୍‌, ସୁଶାନ୍ତ ଯେଉଁ କୁର୍ତାକୁ ବେକରେ ବାନ୍ଧି ଆତ୍ମହତ୍ୟା କରିଥିଲେ ତାହାର ଫରେନ୍‌ସିକ୍‌ ଯାଞ୍ଚ କରାଇଥିଲେ। ଉକ୍ତ କୁର୍ତାରେ ଜଣେ ବ୍ୟକ୍ତି ଓହଳି ଆତ୍ମହତ୍ୟା କରିବା ସମ୍ଭବ କି ନାହେଁ ତାହା ପରୀକ୍ଷା କରାଯାଇଥିଲା। ଜୁଲାଇ ୨୭ ତାରିଖରେ ଫରେନ୍‌ସିକ୍‌ରୁ ଆସିଥିବା ରିପୋର୍ଟ ମୁତାବକ ସୁଶାନ୍ତ ଆତ୍ମହତ୍ୟା କରିଥିବା କୁର୍ତା ୨୦୦ କେଜି ଓଜନର ଭାର ଉଠାଇପାରେ। କୁର୍ତାର ଟେନ୍‌ସିଲ୍‌ ଷ୍ଟ୍ରେନ୍‌ଥ୍‌ରୁ ମୁମ୍ବାଇ ପୁଲିସ ଏହା ପ୍ରମାଣ ପାଇଥିଲା ଯେ ଏହି କୁର୍ତାରେ ଜଣେ ବ୍ୟକ୍ତି ଓହଳି ଆତ୍ମହତ୍ୟା କରିବା ସମ୍ଭବ। ଏଥିସହ ସୁଶାନ୍ତଙ୍କ ବେକରୁ ମିଳିଥିବା କପଡ଼ାର ଅଂଶ କୁର୍ତାର ହିଁ ବୋଲି ଫରେନ୍‌ସିକ୍‌ ରିପୋର୍ଟ କହିଛି। ଏସବୁ ତଥ୍ୟକୁ ଅନୁଧ୍ୟାନ କରିବା ପରେ ତଥା ଆଜି ସିବିଆଇର ଡମି ପରୀକ୍ଷଣ ପରେ ସୁଶାନ୍ତ ଆତ୍ମହତ୍ୟା କରିଥିବା ଘଟଣାକୁ ଏଡ଼ାଇ ଦିଆଯାଇନପାରେ। କିନ୍ତୁ ତାଙ୍କୁ ମରିବା ପାଇଁ କିଏ ଉସକାଇଛି ବା କିଏ ଦାୟୀ, ସେନେଇ ବି ସିବିଆଇ ଜୋରସୋର୍‌ରେ ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe