୧୫ କୋଟି ଟଙ୍କାର ଅଫର୍‌କୁ ପ୍ରତ୍ୟାଖ୍ୟାନ କଲେ ସୁଶାନ୍ତ ସିଂହ ରାଜପୁତ୍‌

Advertisment
୧୫ କୋଟି ଟଙ୍କାର ଅଫର୍‌କୁ ପ୍ରତ୍ୟାଖ୍ୟାନ କଲେ ସୁଶାନ୍ତ ସିଂହ ରାଜପୁତ୍‌

photo-youtube

ମୁମ୍ବାଇ:ବଲିଉଡର ଜଣାଶୁଣା ହିରୋ ସୁଶାନ୍ତ ସିଂହ ରାଜପୁତ୍‌ ଏବେ ପୁଣି ଚର୍ଚ୍ଚାରେ ରହିଛନ୍ତି। ତାହା ହେଲା ଯେ ସେ ୧୫ କୋଟି ଟଙ୍କାର ଏକ ଡିଲକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତାଙ୍କୁ ଏକ ଫେଆରନେସ୍‌ କ୍ରିମର ମଡେଲ ହେବାକୁ ଏବଂ ଏହାର ପ୍ରଚାର କରିବାଲାଗି ୧୫ କୋଟି ଟଙ୍କାର ଏକ ଅଫର୍‌ ଦେଇଥିଲେ। ଏଥିଲାଗି ସୁଶାନ୍ତ ସିଂହ ରାଜପୁତ୍‌ଙ୍କୁ ଛଅଟି ଆଡ୍‌ ସୁଟ୍‌ କରିବାକୁ ପଡ଼ିଥାନ୍ତା ଏବଂ ଏହି ଚୁକ୍ତି ତିନି ବର୍ଷ ଯାଏଁ ରହିଥାନ୍ତା। କିନ୍ତୁ ସେ ଏଭଳି ମିଥ୍ୟା ବିଜ୍ଞାପନ ଜରିଆରେ ଲୋକଙ୍କୁ ଭଣ୍ଡେଇବାକୁ ଚାହାଁନ୍ତି ନାହିଁ ବୋଲି ସୁଶାନ୍ତ ସିଂହ ରାଜପୁତ୍‌ କହିଛନ୍ତି। ତା’ଛଡା କଳା-ଗୋରା ରଙ୍ଗ ଭେଦଭାବକୁ ସେ ବିଶ୍ୱାସ କରନ୍ତି ନାହିଁ ।

publive-image photo-indianexpress.com

ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ ଅଭିନେତା ଅଭୟ ଦେଓଲ ଫେଆରନେସ୍‌ କ୍ରିମର ପ୍ରଚାର ବିରୋଧରେ ମୁହଁ ଖୋଲିଥିଲେ । ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ପୂର୍ବରୁ ଅଭିନେତା ରଣବୀର କପୁର ମଧ୍ୟ ୨୦୧୧ରେ ଏକ ଫେଆରନେସ୍‌ କ୍ରିମର ମଡେଲ ହେବାକୁ ମନା କରିିଥିଲେ । ଠିକ୍‌ ସେହିପରି କଙ୍ଗନା ରାନାଓ୍ଵତ୍‌ ମଧ୍ୟ ଏଭଳି କାମ କରିବାଲାଗି ଅଫର୍‌ ପାଇଥିଲେ ,ମାତ୍ର ସେ ବି ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ତାଙ୍କୁ ଏକ ଫେଆରନେସ୍‌ କ୍ରିମର ମଡେଲ ହେବାକୁ ୨ କୋଟି ଟଙ୍କାର ଅଫର ମିଳିଥିଲା ,କିନ୍ତୁ ସେ ରାଜି ହୋଇ ନଥିଲେ। ଆଉ ଜଣେ ଅଭିନେତ୍ରୀ ସ୍ୱରା ଭାସ୍କର ମଧ୍ୟ ଏଭଳି କାମ କରିବେ ନାହିଁ ବୋଲି କହି ୨୦୧୫ରେ ଚର୍ଚ୍ଚାକୁ ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe