ସୁସ୍ମିତା-ରୋହମନ୍ ସମ୍ପର୍କ ଛିନ୍ନ

Advertisment
ସୁସ୍ମିତା-ରୋହମନ୍ ସମ୍ପର୍କ ଛିନ୍ନ

ଦୀର୍ଘ ତିନି ବର୍ଷର ନିବିଡ଼ତା ପରେ ନିଜ ପୁରୁଷ ବନ୍ଧୁ ରୋହମନ୍ ସାଲ୍‍ଙ୍କ ସହ ସମସ୍ତ ସମ୍ପର୍କ ତୁଟିଯାଇଛି ବୋଲି ଘୋଷଣା କରିଛନ୍ତି ୧୯୯୪ର ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ। ତେବେ ଏହା ତାଙ୍କୁ ଶାନ୍ତି ଦେଇଛି ଏବଂ ଜୀବନ ପାଇଁ ଅଧିକ ସୁନ୍ଦରତା ମିଳିପାରିଛି ବୋଲି ମଧ୍ୟ ସେ ସ୍ବୀକାର କରି ନିଜ ପ୍ରଶଂସକମାନଙ୍କୁ ସ୍ତବ୍ଧ କରିଦେଇଛନ୍ତି।

ସୂଚନା ଥାଉ କି, ୨୦୧୮ରେ ବାନ୍ଧବୀ ଶିଳ୍ପା ସେଟ୍ଟିଙ୍କ ଦୀପାବଳି ଉତ୍ସବରେ ମଡେଲ୍ ରୋହମନ୍‍ଙ୍କ ସହ ସୁସ୍ମିତାଙ୍କର ପ୍ରଥମେ ଦେଖା ହୋଇଥିଲା ଏବଂ ସେମାନେ ପରସ୍ପର ପ୍ରେମରେ ପଡ଼ିଯାଇଥିଲେ। ଏପରିକି ତାହା ପରଠାରୁ ସେମାନଙ୍କ ନିବିଡ଼ ସମ୍ପର୍କ ବିଭିନ୍ନ ଗଣମାଧ୍ୟମରେ ଛାଇ ଯିବା ସହ ଉଭୟଙ୍କର ସଂଖ୍ୟାଧିକ ଯୁଗ୍ମ ଫଟୋ ପ୍ରଶଂସକମାନଙ୍କୁ ମୁଗ୍ଧ କରିଥିଲା। ମାତ୍ର ଦୀର୍ଘ ତିନି ବର୍ଷ ଏପରି ବିତିବା ପରେ କୌଣସି କାରଣ ସ୍ପଷ୍ଟ ନଥାଇ ଅତର୍କିତ ସେମାନଙ୍କ ଭିତରେ ଫାଟ ହୋଇଛି ବୋଲି ଏକ ଗୁଜବ ଖେଳିଯାଇଥିଲା। ତେବେ ଦୁଇ ଦୁଇଟି କନ୍ୟାସନ୍ତାନକୁ ପୌଷ୍ୟ କରି ଜଣେ କୁଆଁରୀ ମାଆର ଜୀବନ ବିତାଉଥିବା ସୁସ୍ମିତା ଏହାକୁ ସ୍ପଷ୍ଟ କରିବା ସହ ରୋହମନ୍ କେବଳ ବନ୍ଧୁ ଭାବରେ ମିଶିଥିଲେ ଏବଂ ତାଙ୍କ ସହ କେବଳ ବନ୍ଧୁତା ହିଁ ସେମିତି ରହିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe