ମଞ୍ଚରେ ସୋନୁ ଗୀତ ଗାଉଥିବା ବେ‌ଳେ ଉପରକୁ ଚଢ଼ିଗଲେ ମଦ୍ୟପ, ମାଡ଼ ଦେଲେ ବାଉନ୍ସର

କୋଟାରେ ସୋନୁ ନିଗମଙ୍କର ଏକ ଲାଇଭ୍‌ ସୋ’ ଚାଲିଥାଏ। ସେ ସେଠାରେ ସଂଗୀତ ପ୍ରଦର୍ଶନ କରୁଥାନ୍ତି। ସେହି ସମୟରେ ଜଣେ ଅଜଣା ମଦ୍ୟପ ବ୍ୟକ୍ତି ଦୌଡ଼ି ଦୌଡ଼ି ସୋନୁଙ୍କ ନିକଟକୁ ପଳାଇ ଆସିଲେ।

Sonu

ମୁମ୍ବାଇ: କଣ୍ଠଶିଳ୍ପୀ ସୋନୁ ନିଗମ ସଂଗୀତ ଦୁନିଆର ଏକ ଲୋକପ୍ରିୟ ନାମ। ସୋନୁ ନିଗମଙ୍କ କଣ୍ଠସ୍ବର ଓ ଅନ୍ଦାଜରେ ଲୋକ ତାଙ୍କର ଦିୱାନା ବନିଯାଆନ୍ତି। ତାଙ୍କର ଯେବେ ବି କେଉଁଠି କିଛି କନ୍‌ସର୍ଟ କିମ୍ବା ଲାଇଭ୍‌ ସୋ’ ହୁଏ ତ ‌ଲୋକଙ୍କ ଭିଡ଼ ଜମିଯାଏ। 

ମାତ୍ର ନିକଟରେ ସୋନି ନିଗମଙ୍କ ଏକ କନ୍‌ସର୍ଟରେ ଏପରି କିଛି ଦେଖିବାକୁ ମିଳିଛି, ଯାହାକୁ ଦେଖି ଯେକେହି ବି ଆଶ୍ଚର୍ଯ୍ୟ ହୋଇପଡ଼ିବ। ଜାଣିବାକୁ ମିଳିଛି ଯେ କୋଟାରେ ସୋନୁ ନିଗମଙ୍କର ଏକ ଲାଇଭ୍‌ ସୋ’ ଚାଲିଥାଏ। ସେ ସେଠାରେ ସଂଗୀତ ପ୍ରଦର୍ଶନ କରୁଥାନ୍ତି। ସେହି ସମୟରେ ଜଣେ ଅଜଣା ମଦ୍ୟପ ବ୍ୟକ୍ତି ଦୌଡ଼ି ଦୌଡ଼ି ସୋନୁଙ୍କ ନିକଟକୁ ପଳାଇ ଆସିଲେ।

ମଦ୍ୟପ ଜଣକ ମଞ୍ଚକୁ ଚଢ଼ି ସୋନୁ ନିଗମଙ୍କ ପାଦ ଛୁଇଁବାର ଚେଷ୍ଟା କରୁଥିଲେ। ମାତ୍ର ମଞ୍ଚରେ ଥିବା ବାଉନ୍ସର୍‌ମାନେ ତାଙ୍କୁ ଧରି ତୁରନ୍ତ ମାଡ଼ ମାରିବା ଆରମ୍ଭ କରି ଦେଇଥିଲେ। 

ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ‌‌ଯେତେବେଳେ ବାଉନ୍ସର୍‌ ବ୍ୟକ୍ତି ଜଣଙ୍କୁ ପିଟୁଥିଲେ ସୋନୁ ସେତେବେଳେ ସେମାନଙ୍କୁ ଅଟକାଇବା ପରିବର୍ତ୍ତେ ବେଧଡ଼କ ଗୀତ ଗାଇ ଚାଲିଥିଲେ। ସେ ବ୍ୟକ୍ତି ଜଣଙ୍କୁ ଦୂରରୁ ରହି ମାଡ଼ ଖାଉଥିବାର ଦେଖୁଥିଲେ।

ସୋସିଆଲ୍‌ ମିଡିଆରେ ଏହି ସମୟର ଭିଡିଓ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ଲୋକ ଭିନ୍ନ ଭିନ୍ନ ମତ ରଖିଛନ୍ତି। କେହି କେହି ସୋନୁଙ୍କ ସମର୍ଥନରେ କହୁଥିବା ବେଳେ କେହି କେହି ସୋନୁ ସେ ବ୍ୟକ୍ତି ଜଣଙ୍କୁ ମାଡ଼ ଖାଇବାରୁ ବଞ୍ଚାଇବା ଉଚିତ୍‌ ଥିଲା ବୋଲି ମତ ରଖିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe