ABP News
ନୂଆଦିଲ୍ଲୀ: ବଲିଉଡ଼ ଅଭିନେତ୍ରୀ ସ୍ବରା ଭାସ୍କର ମା’ ହେବାକୁ ଯାଉଛନ୍ତି। ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମରେ ସ୍ବରା ଏ ସଂପର୍କରେ ସୂଚନା ଦେବା ସହିତ ବେବି ବମ୍ପ ଫଟୋ ସ୍ବାମୀ ତଥା ସମାଜବାଦୀ ପାର୍ଟି ନେତା ଫହଦ ଅହମଦଙ୍କ ସହିତ ପୋଷ୍ଟ କରିଛନ୍ତି। ଫଟୋରେ ସ୍ବରା ଗୋଲାପି ରଙ୍ଗର ପୋଷାକ ପିନ୍ଧିଛନ୍ତି। ଏଥିରେ ତାଙ୍କର ବେବି ବମ୍ପ ସ୍ପଷ୍ଟ ନଜରକୁ ଆସିଛି।
ଏଥିସହ ସେ ଲେଖିଛନ୍ତି କେବେ କେବେ ଆପଣ ସମସ୍ତଙ୍କ ପ୍ରାର୍ଥନାର ଉତ୍ତର ଏକା ସାଥେ ମିଳେ। ଯେପରିକି ମୁଁ ଏକ ସଂପୂର୍ଣ୍ଣ ନୂଆ ଦୁନିଆରେ ପାଦ ଦେବାକୁ ଯାଉଛି। ବ୍ଲେସ, ଗ୍ରାଟିଚ୍ୟୁଡ, ଏକ୍ସାଇଟେଡ (କ୍ଲୁ ଲେସ୍)। ସ୍ବରା ଏହି ଭଲ ଖବର ପୋଷ୍ଟ କରିବା ପରେ ତାଙ୍କୁ ସେଲିବ୍ରିଟି ଓ ପ୍ରଶଂସକମାନେ ବଧେଇ ଜଣାଇଛନ୍ତି। ଚଳିତବର୍ଷ ଫେବ୍ରୁଆରିରେ ସ୍ବରା ତାଙ୍କ କୋର୍ଟ ମ୍ୟାରେଜ ସଂପର୍କରେ ସୂଚନା ଦେଇଥିଲେ। ମାର୍ଚ୍ଚରେ ପାରମ୍ପରିକ ବିବାହ ଉତ୍ସବ ହୋଇଥିଲା।
Follow Us