ଆମେରିକାରେ ଅଭିନେତ୍ରୀ ସ୍ବରାଙ୍କ ଗ୍ରୋସରୀ ନେଇ ଫେରାର ହେଲା ଉବର ଚାଳକ, ଟ୍ବିଟ କରି କଲେ ଅଭିଯୋଗ

Advertisment
ଆମେରିକାରେ ଅଭିନେତ୍ରୀ ସ୍ବରାଙ୍କ ଗ୍ରୋସରୀ ନେଇ ଫେରାର ହେଲା ଉବର ଚାଳକ, ଟ୍ବିଟ କରି କଲେ ଅଭିଯୋଗ

ନୂଆଦିଲ୍ଲୀ: ଆମେରିକାରେ ହଟହଟା ହେଲେ ବଲିଉଡ ଅଭିନେତ୍ରୀ ସ୍ବରା ଭାସ୍କର। ଗ୍ରୋସରୀ ନେଇ ଫେରାର ହେଲା ଉବର ଚାଳକ। ସବୁବେଳେ ସାମାଜିକ ପ୍ରସଙ୍ଗରେ ନିଜର ମତ ପ୍ରକାଶ କରିବା ପାଇଁ ଜଣାଶୁଣା ଅଭିନେତ୍ରୀ ସ୍ୱରା ଭାସ୍କର ନିଜ ଗ୍ରୋସରୀ ଚୋରି ହେବା ନେଇ ଟ୍ବିଟରରେ ଲେଖିଛନ୍ତି। ଉବର କମ୍ପାନୀର ଏକ କ୍ୟାବ୍ ସେ ବୁକ୍ କରିଥିବା ବେଳେ ଗ୍ରୋସରୀ ରଖିବା ପରେ ଚାଳକଜଣକ ଗାଡ଼ି ନେଇ ପଳାଯାଇଥିବା କହିଛନ୍ତି ସ୍ବରା । ଆମେରିକାର ଲସ୍ ଆଞ୍ଜେଲସରେ ସ୍ୱରା ଭାସ୍କରଙ୍କ ସହ ଏପରି କିଛି ଘଟଣା ଘଟିଛି।

ସ୍ବରା କରିଥିବା ଟ୍ବିଟରେ ଲେଖାଯାଇଛି ଯେ, ଉବର, ଆପଙ୍କର ଜଣେ ଡ୍ରାଇଭର ତାଙ୍କ କାରରେ ମୋର ଗ୍ରୋସରୀ ନେଇ ପଳାଇଛନ୍ତି। ଆପଣଙ୍କର ଆପରେ ଏହାକୁ ରିପୋର୍ଟ କରିବାର କୌଣସି ଉପାୟ ନାହିଁ। ଆପଣଙ୍କ ଡ୍ରାଇଭର ମୋର ଜିନିଷ ନେଇ ଚାଲିଯାଇଛନ୍ତି, ମୁଁ ମୋର ଜିନିଷ ଫେରି ପାଇବି କି? ଅଭିନେତ୍ରୀଙ୍କ ଏହି ଟୁଇଟ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଲୋକମାନେ ତାଙ୍କୁ ପରିହାସ କରିଥିବା ଦେଖାଯାଉଛି। ଜଣେ ଉପଭୋକ୍ତା ଲେଖିଛନ୍ତି ଯେ, ୧୦୦ ଗ୍ରାମ ଗ୍ରୋସରୀ ପାଇଁ ଏତେ ପାଟି କରୁଛ।

ତେବେ ସ୍ୱରା ଭାସ୍କର ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଭଲ ଭଲ ବଲିଉଡ ଚଳଚ୍ଚିତ୍ରରେ କାମ କରିଛନ୍ତି। ନିଲ ବଟେ ସନ୍ନାଟା, ଅନାରକଲି ଅଫ୍ ଆରାହ, ପ୍ରେମ ରତନ ଧନ ପାୟୋ, ବୀରେ ଦି ୱେଡିଂ, ମଛଲୀ ଜଲ୍ କି ରାନୀ ହେ, ତନୁ ୱେଡ୍ସ ମନୁ ଭଳି ଲୋକପ୍ରିୟ ଫିଲ୍ମରେ ସେ କାମ କରିସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe